fbpx

ଆଶ୍ଚର୍ଯ୍ୟଜନକ ଖୁଲାସା! ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିଲେ କ୍ରିକେଟର ମହମ୍ମଦ ଶାମି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି । ଶାମି ଏବେ ଟିମ୍ ଇଣ୍ଡିଆକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ମାସରେ ସେ ଡ୍ରେସିଂ ରୁମରେ ଦେଖାଦେଇ ପାରନ୍ତି ବୋଲି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି । ତେବେ ଶାମି ଟିମ୍ ଇଣ୍ଡିଆକୁ ଫେରିବା ତାଙ୍କର ଅଗଣିତ ଫ୍ୟାନ୍ସଙ୍କ ପାଇଁ ଏକ ବଡ଼ ଖୁସି ଖବର ହୋଇଥିବା ବେଳେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା । ଉକ୍ତ ଖବରକୁ ନେଇ ଏବେ ଚାରିଆଡ଼େ ହଡ଼କମ୍ପ ମଚିଯାଇଛି ।

ଉକ୍ତ ଖୁଲାସା ଶାମିଙ୍କ ଆତ୍ମହତ୍ୟା ସହ ଜଡ଼ିତ ରହିଛି । ଶାମିଙ୍କର ଜଣେ ନିକଟତମ ବନ୍ଧୁ ଉମେଶ କୁମାର ଏହି ଖୁଲାସା କରିଛନ୍ତି । ଶୁଭଙ୍କର ମିଶ୍ରାଙ୍କ ପଡକାଷ୍ଟ ‘ଅନପ୍ଲଗଡ’ରେ ଉମେଶ ତାଙ୍କର ବନ୍ଧୁ ଶାମିଙ୍କ ନେଇ ଏଭଳି ଖୁଲାସା କରିଛନ୍ତି । ନିଜ ଉପରେ ଆସିଥିବା ମ୍ୟାଚ ଫିକ୍ସିଂ ଅଭିଯୋଗକୁ ନେଇ ଶାମି ଚିନ୍ତିତ ରହିଥିଲେ । ପତ୍ନୀ ହସୀନ ଜହାଁଙ୍କ ଏହି ବିଷାକ୍ତ ଅଭିଯୋଗ କାରଣରୁ ଶାମି ବହୁମାତ୍ରାରେ ଭାଙ୍ଗିପଡ଼ିବା ସହିତ ମାନସିକ ସ୍ତରରେ ଅବସାଦ ଘେରକୁ ଚାଲିଯାଇଥିଲେ । ପାକିସ୍ତାନ ଠାରୁ ମ୍ୟାଚ ଫିକିଂ କରିଥିବା ଅଭିଯୋଗ ଶାମିଙ୍କ ରାତିର ନିଦ ହଜାଇ ଦେଇଥିଲା ।

ଶାମି ସବୁକିଛି ସହ୍ୟ କରିପାରନ୍ତି, ମାତ୍ର ମ୍ୟାଚ ଫିକ୍ସିଂ ଅଭିଯୋଗକୁ କଦାପି ବରଦାସ୍ତ କରିପାରିବେ ନାହିଁ ବୋଲି ଉମେଶ କହିଥିଲେ । ମ୍ୟାଚ ଫିକ୍ସିଂ ଅଭିଯୋଗ ଆସିବା ରାତିରେ ଶାମି ନିଜ ସହ କିଛି ଖରାପ କରିବାକୁ ଚିନ୍ତା କରୁଥିଲେ । ସମ୍ଭବତଃ ସେ ନିଜକୁ ସମାପ୍ତ କରିବାକୁ ଭାବୁଥିଲେ । ପାହାନ୍ତା ୪ଟା ସମୟରେ ଉମେଶ ପାଣି ପିଇବାକୁ ଉଠିଥିବା ସମୟରେ ଶାମି ୧୯ତମ ଫ୍ଲୋରର ବାଲକୋନୀରେ ଛିଡ଼ା ହୋଇରହିଥିଲେ । ସେହି ରାତି ଶାମିଙ୍କ ପାଇଁ ଅତ୍ୟନ୍ତ ଭୟାନକ ଓ ଦୀର୍ଘ ରହିଥିଲା । ଯେଉଁଦିନ ଶାମିଙ୍କ ମୋବାଇଲକୁ ତାଙ୍କର କ୍ଲିନଚିଟ୍ ନେଇ ମେସେଜ୍ ଆସିଥିଲା ସେଦିନ ଶାମି ବହୁତ ଖୁସିଥିଲେ ବୋଲି ଉମେଶ କହିଛନ୍ତି । ସେହି ସମୟର ଖୁସି ଶାମିଙ୍କ ପାଇଁ ବିଶ୍ୱକପ୍ ଜିତିବାର ଖୁସି ପରି ଥିଲା ବୋଲି ଉମେଶ କହିଥିଲେ ।

Get real time updates directly on you device, subscribe now.