fbpx

ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଭେଟିଲେ ମହମ୍ମଦ ୟୁନୁସ୍; ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ବାରୋପ

ନୂଆଦିଲ୍ଲୀ: ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ବୁଧବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଭେଟିଛନ୍ତି । ମିଳିତ ଜାତିସଂଘ ବୈଠକପାଇଁ ଏହି ଦୁଇ ନେତା ଆମେରିକାରେ ପହଞ୍ଚିଛନ୍ତି । ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଏକାଧିକ ସ୍ତରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏହା ପୂର୍ବରୁ ସେପ୍ଟେମ୍ବର ୨୪ରେ ମହମ୍ମଦ ୟୁନୁସ୍ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ପରେ ଏହି ଦୁଇ ଦେଶର ମୁଖ୍ୟଙ୍କ ମଧ୍ୟରେ ଏହା ଥିଲା ପ୍ରଥମ ବୈଠକ । ବାଇଡେନ ଏବଂ ୟୁନୁସ୍ ସାକ୍ଷାତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆମେରିକାରେ ଥିଲେ ।

କିନ୍ତୁ ମହମ୍ମଦ ୟୁନୁସ୍ ଏବଂ ପିଏମ ମୋଦୀ ସାକ୍ଷାତ କରିନଥିଲେ । ଭାରତ ବାଂଲାଦେଶର ବନ୍ଧୁ। ଶେଖ୍ ହସିନାଙ୍କୁ ହଟାଇବା ପରେ ବାଂଲାଦେଶର ଅନ୍ତରୀଣ ସରକାର ମଧ୍ୟ ଭାରତ ସହ ଉତ୍ତମ ସମ୍ପର୍କ କଥା କହିଛନ୍ତି । ତେବେ କେତେକ ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ଏବେବି ବିବାଦ ଲାଗି ରହିଛି ।

Get real time updates directly on you device, subscribe now.