fbpx

ଆଇପିଏଲ୍ ୨୦୨୪ ରୁ ବାଦ୍ ପଡ଼ିଲେ ମହମ୍ମଦ ଶାମି, ଗୁଜୁରାଟ ଟାଇଟାନ୍ସକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ: ୱାନଡେ ବିଶ୍ୱକପ୍ ୨୦୨୩ ପରଠାରୁ ମହମ୍ମଦ ଶାମି କୌଣସି ମ୍ୟାଚ୍ ଖେଳି ନାହାଁନ୍ତି । ଗୋଡରେ ଆଘାତ ଲାଗିଥିବାରୁ ସେ କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି । ବର୍ତ୍ତମାନ ରିପୋର୍ଟରୁ ଜଣାପଡିଛି ଯେ, କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍ ୨୦୨୪ ରୁ ବାଦ୍ ପଡ଼ିଛନ୍ତି ଶାମି ।

ଆହତ କାରଣରୁ ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ମଧ୍ୟ ଚୟନ କରାଯାଇ ନଥିଲା। ଏହାପରେ ଘରୋଇ ମାଟିରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ମଧ୍ୟ ବାଦ ପଡିଥିଲେ। ଗୁଜରାଟ ପାଇଁ ଶାମିଙ୍କ ଅନୁପସ୍ଥିତି ଅତ୍ୟନ୍ତ କ୍ଷତିକାରକ ହୋଇପାରେ। ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଛାଡି ମୁମ୍ବାଇ ଇଣ୍ଡିଆନ୍ସ ଯିବା କାରଣରୁ ଦଳ ପୂର୍ବରୁ ଵ୍ୟାକଫୁଟରେ ରହିଛି। ଗୁଜୁରାଟର ଅଧିନାୟକ ଥିବା ହାର୍ଦ୍ଦିକଙ୍କୁ ଗତ ବର୍ଷ ନିଲାମ ପୂର୍ବରୁ ମୁମ୍ବାଇ ତାଙ୍କୁ ଗୁଜରାଟରୁ କିଣି ନେଇଥିଲା।

ବିସିସିଆଇ ସୂତ୍ରରୁ ଜଣାଯାଇଛି ଯେ ଶାମି ଜାନୁଆରୀର ଗତ ସପ୍ତାହରେ ଲଣ୍ଡନରେ ଥିଲେ, ଯେଉଁଠାରେ ତାଙ୍କ ଗୋଡରେ ଆଘାତ ଲାଗି ତାଙ୍କୁ ବିଶେଷ ଇଞ୍ଜେକ୍ସନ ଦିଆଯାଇଥିଲା, କିନ୍ତୁ ସେହି ଇଞ୍ଜେକ୍ସନ ତାଙ୍କ ଯନ୍ତ୍ରଣାକୁ ହ୍ରାସ କରିନଥିଲା ଏବଂ ବର୍ତ୍ତମାନ ତାଙ୍କର ଅସ୍ତ୍ରୋପଚାର ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ବର୍ତ୍ତମାନ ମହମ୍ମଦ ଶାମି ବ୍ରିଟେନରେ ତାଙ୍କର ଅସ୍ତ୍ରୋପଚାର କରିବେ । ଏଭଳି ପରିସ୍ଥିତିରେ ଶାମି ଆଇପିଏଲ 2024 ଖେଳିବାକୁ ସକ୍ଷମ ହେବେ ନାହିଁ ।

Get real time updates directly on you device, subscribe now.