ମମତାଙ୍କୁ ମୋହନଙ୍କ ଚିଠି: ଦୀଘା ମନ୍ଦିରରରେ ଧାମ ଶବ୍ଦର ବ୍ୟବହାରକୁ ନେଇ ପୁନର୍ବିଚାର କରିବାକୁ ପରାମର୍ଶ

ଭୁବନେଶ୍ୱର: ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ।

ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ କୁହା ନ ଯାଉ ବୋଲି ମୋହନ ମାଝୀ ଚିଠିରେ କହିଥିବା ସୂଚନା । ଧାମ ଶବ୍ଦଠାରୁ ଦୂରରେ ରହିବାକୁ କହିଲେ ମୋହନ ।

ଜଗନ୍ନାଥ ନାଁ ସ୍ୱତନ୍ତ୍ର ଓ ପବିତ୍ର । ଏହି ନାଁ ପୁରୀ ସହ ଜଡ଼ିତ ରହିଛି । ଅନ୍ୟ କୌଣସି ମନ୍ଦିର କିମ୍ବା ସ୍ଥାନ ସହ ଯୋଡ଼ିବା ଠିକ୍ ନୁହେଁ ।

ଶ୍ରୀ ଜଗନ୍ନାଥ ଧାମର ପୁରୀରେ ସ୍ୱତନ୍ତ୍ର ପରିଚୟ ରହିଛି । ଦୀଘା ମନ୍ଦିରରେ ଗଜନ୍ନାଥ ଧାମ ଲେଖାଯିବାର ପୁନର୍ବିଚାର କରାଯାଉ ।