fbpx

ଅଡୁଆ ଘେରରେ ସତ୍ୟେନ୍ଦ୍ର ଜୈନ : ସମ୍ପର୍କୀୟଙ୍କ ଘରୁ ଟଙ୍କା ସହ ସୁନା ଜବତ

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଡୁଆ । ଇଡି ପକ୍ଷରୁ ଜୈନଙ୍କ ସମ୍ପର୍କୀୟଙ୍କ ଘରେ ହୋଇଥିବା ରେଡ ପରେ ତାଙ୍କ ପାଇଁ ଆହୁରି ଅସୁବିଧା ସୃଷ୍ଟି ହୋଇଛି । ଏହି ଚଢାଉରେ ମୋଟ ୨.୮୨ କୋଟି ଟଙ୍କା ନଗଦ କ୍ୟାସ ସହିତ ସୁନା ଜବତ ହୋଇଛି । ଏଥିରେ ୧୩୩ଟି ସ୍ୱର୍ଣ୍ଣ ମୁଦ୍ରା ଏବଂ କିଛି ସୁନା ବିସ୍କୁଟ ଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ମନି ଲଣ୍ଡ୍ରିଂ କେସରେ ସତ୍ୟେନ୍ଦ୍ର ଜୈନଙ୍କ ବିଭିନ୍ନ ଠିକଣାରେ ରେଡ ଜାରି ରଖିଛି ଇଡି । ଏହି ଚଢାଉ ସମୟରେ କିଛି ଦିନ ତଳେ ଜଣେ ସମ୍ପର୍କୀୟଙ୍କ ଘରୁ ୩ କୋଟି ନଗଦ ଟଙ୍କା ଜବତ କରିଥିଲା । ମନି ଲଣ୍ଡ୍ରିଂ ମାମଲାରେ ଗତ ମେ ୩୦ ତାରିଖରେ ସତ୍ୟେନ୍ଦ୍ରଙ୍କୁ ଗିରଫ କରିଥିଲା ଇଡି । କୋର୍ଟ ଚାଲାଣ କରାଯିବା ପରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ।

ମନି ଲଣ୍ଡ୍ରିଂ ଜରିଆରେ ପ୍ରାୟ ୧୬ କୋଟିରୁ ଅଧିକ ଟଙ୍କାର ହେରଫେର କରିଥିବା ନେଇ ସତ୍ୟେନ୍ଦ୍ରଙ୍କ ନାଁରେ ଅଭିଯୋଗ ରହିଛି । ଏହାସହିତ ତଦନ୍ତକାରୀ ଟିମକୁ ପତ୍ନୀ ଏବଂ ଝିଅଙ୍କ ଦ୍ୱାରା ଉଦ୍ଦେଶ୍ୟମୂଳକ ଭାବେ ବିଭ୍ରାନ୍ତ କରିବା ଅଭିଯୋଗରେ ମଧ୍ୟ ଫସି ଯାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ।

Get real time updates directly on you device, subscribe now.