fbpx

(Video) ଲିଫ୍ଟ ନେବା ପଡ଼ିଲା ମହଙ୍ଗା, ନିଶା ଦେଇ ବରିଷ୍ଠ ନାଗରିକଙ୍କଠାରୁ ଲୁଟିନେଲେ ଟଙ୍କା ଓ ମୋବାଇଲ

ଭୁବନେଶ୍ୱର: ବରିଷ୍ଠ ନାଗରିକ ଲିଫ୍ଟ ଦେବା ବାହନାରେ ଗାଡ଼ିରେ ବସାଇଲେ । ସାହାଯ୍ୟ କରିବା ନାଁରେ ଫ୍ରୁଟି ମଧ୍ୟ ପିଇବାକୁ ଦେଲେ । କିନ୍ତୁ ଏହାକୁ ପିଇବା ପରେ ଅଚେତ ହୋଇପଡ଼ିଥିଲେ, ଆଉ ଏହାର ଫାଇଦା ନେଇ ତାଙ୍କ ଠାରୁ ନେଇଗଲେ ଟଙ୍କା, ମୋବାଇଲ ଏବଂ ଏଟିଏମ କାର୍ଡ ।

ସୂଚନା ଅନୁଯାୟୀ, ବରିଷ୍ଠ ନାଗରିକ ଜଣକ ଅନୁଗୁଳରୁ ଭୁବନେଶ୍ୱରସ୍ଥିତ ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ତେବେ ଫେରିବା ସମୟରେ ସେ ଆଚାର୍ଯ୍ୟ ବିହାର ଠାରେ ବସକୁ ଅପେକ୍ଷା କରିବା ସମୟରେ କିଛି ଲୋକ ତାଙ୍କୁ ଅନୁଗୁଳରେ ଛାଡ଼ି ଦେବାପାଇଁ କହିଥିଲେ । ସେମାନେ ମଧ୍ୟ ଅନୁଗୁଳ ଯାଉଛନ୍ତି ବୋଲି କହୁଥିଲେ । ତେବେ ତାଙ୍କର କଥାରେ ଫସିଯାଇଥିଲେ ବ୍ୟକ୍ତି ଜଣକ । ଆଉ ସେମାନଙ୍କ ସହ କାରରେ ବସି ଅନୁଗୁଳ ଯିବା ପାଇଁ ବାହାରିଥିଲେ । ତେବେ ଦୁର୍ବୁତ୍ତମାନେ ତାଙ୍କୁ ଅଧା ରାସ୍ତାରେ କିଛି ନିଶା ପାନୀୟ ଦ୍ରବ୍ୟ ପିଇବାକୁ ଦେଇଥିଲେ ଯାହାକୁ ପିଇବା ପରେ ଅଚେତ ହୋଇଯାଇଥିଲେ ବ୍ୟକ୍ତି ଜଣକ । ଆଉ ଏହାର ସୁବିଧା ନେଇ ଦୁର୍ବୁତ୍ତମାନେ ତାଙ୍କ ପାଖରେ ଥିବା ୭୦୦୦ଟଙ୍କା, ଏଟିଏମ କାର୍ଡ ଏବଂ ମୋବାଇଲ ଲୁଟ୍ କରିଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.