ବଡ଼ ବିପଦ ଆଣୁଛି Money Laundering: Online Gaming-ଡିଜିଟାଲ ଅର୍ଥବ୍ୟବସ୍ଥା ପାଇଁ ବି ହେବ ସମସ୍ୟା

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଅନଲାଇନ୍ ଗେମିଙ୍ଗ କ୍ରେଜ ବୃଦ୍ଧି ପାଇବାରେ ଲାଗିଛି । ଏଥିରୁ ମିଳୁଥିବା ଆୟ ମଧ୍ୟ ଦେଶର ଅର୍ତନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । କିନ୍ତୁ ବର୍ତ୍ତମାନର ଏକ ରିପୋର୍ଟ ଏହାକୁ ନେଇ ବଡ଼ ବିପଦର ପୂର୍ବାନୁମାନ କରିଛି । ଏହିସବୁ ସେକ୍ଟର ଇତ୍ୟାଦି ପାଇଁ ଏକ ବଡ଼ ବିପଦ ପାଲଟିଛି ମନି ଲଣ୍ଡ୍ରିଙ୍ଗ । ତେଣୁ ଏହାକୁ ସଠିକ ଭାବରେ ପରିଚାଳିତ କରିବା ସହ ଡିଜିଟାଲ ଅର୍ଥବ୍ୟବସ୍ଥାକୁ ରକ୍ଷା କରିବା ପାଇଁ ପଦକ୍ଷେପର ଆବଶ୍ୟକତା ରହିଛି ବୋଲି କୁହାଯାଉଛି । ଅନଲାଇନ୍ ଗେମିଙ୍ଗ ସହ ଡିଜିଟାଲ ଅର୍ଥବ୍ୟବସ୍ଥା ପାଇଁ ମନି ଲଣ୍ଡ୍ରିଙ୍ଗ ଏକ ବଡ଼ ସମସ୍ୟା ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି ।

ଡିଜିଟାଲ ଇଣ୍ଡିଆ ଫାଉଣ୍ଡେସନର ଏକ ରିପୋର୍ଟରେ ଏହି ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଏହାସହିତ ଏଥିରୁ ବର୍ତ୍ତିବା ପାଇଁ ଅନେକ ପରାମର୍ଶ ପ୍ରଦାନ କରାଯାଇଛି । ବିଶେଷ କରି ଅବୈଧ ଗେମିଙ୍ଗ ପ୍ଲାଟଫର୍ମ ପରିଚାଳନାକୁ ରୋକିବା ପାଇଁ ୱାର୍କଫୋର୍ସ ଗଠନ କରିବା, ବୈଧ ଅପରେଟରଙ୍କ ତାଲିକା ପ୍ରସ୍ତୁତ କରିବା, ବିଭ୍ରାନ୍ତିକର ବିଜ୍ଞାପନରୁ ଦୂରେଇ ରହିବା ତଥା ଆର୍ଥିକ ଅଖଣ୍ଡତା ଏବଂ ଅନ୍ତର୍ଜାତୀୟ ସହଯୋଗ ସିଦ୍ଧାନ୍ତ ଆଦି ସାମିଲ କରିବା ଉଚିତ୍ । ଏଥିପ୍ରତି ଜନ ସଚେତନତା ତଥା ଲୋକମାନଙ୍କ ମଧ୍ୟରେ ଶିକ୍ଷା ସଞ୍ଚାର କରିବା ସର୍ବଶ୍ରେଷ୍ଠ ଉପାୟ ହୋଇପାରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ରିପୋର୍ଟ ଅନୁଯାୟୀ, ଭାରତୀୟ ରିୟଲ ମନି ଗେମିଂ (ଆରଏମଜି) ସେକ୍ଟର, ୨୦୧୯-୨୦ ଆର୍ଥିକ ବର୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ସୁଦ୍ଧା ୨୮ ପ୍ରତିଶତର ବାର୍ଷିକ ବୃଦ୍ଧି ସହ ବିଶ୍ବ ବଜାରରେ ଅଗ୍ରଣୀ ହୋଇଛି। ଆଗାମୀ ପାଞ୍ଚ ବର୍ଷରେ ଏହି କ୍ଷେତ୍ରର ରାଜସ୍ବ ୭.୫ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବା ନେଇ ଅନୁମାନ ରହିଛି।