fbpx

(Video) ମଣିଷଙ୍କ ପରି ବସରେ ବସି ୩୦ କିମି ଯାତ୍ରା କଲା ମାଙ୍କଡ: ଭିଡିଓ ଭାଇରାଲ

Advertisement

ଓଡିଶା ଭାସ୍କର: ପ୍ରତେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଅଜବ ଗଜବ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ପାଆନ୍ତି । ସେ ଭିତରେ ଅଧିକାଂଶ ମଜାଳିଆ ଭିଡିଓ ଥାଏ, ଖାସ କରି କିଛି ପଶୁ-ପକ୍ଷୀଙ୍କର ଭିଡିଓ ବି ଥାଏ । କିଛି ପଶୁଙ୍କର ତ ଏପରି କାରନାମା ହୋଇଥାଏ ଯାହାକୁ ବାରମ୍ବାର ଦେଖିବାକୁ ଇଛାହୁଏ । ସେମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଏକ ମାଙ୍କଡ ସରକାରୀ ବସରେ ଯାତ୍ରା କରୁଛି, ତାହା ପୁଣି ୩୦କିମିର ରାସ୍ତା । ସବୁଠୁ ବଡ କଥା ହେଉଛି ମାଙ୍କଡଟି ମଣିଷ ମାନଙ୍କ ପରି ବସ ସିଟ୍‌ରେ ବସି ଯାଉଛି । ଘଟଣାଟି କର୍ଣ୍ଣାଟକର ହୋଇଥିବା ଜଣା ପଡିଛି । କଝଜଞଉ ବସରେ ଯାତ୍ରା କରୁଥିଲା ମାଙ୍କଡ । ହାବେରୀ ବସଷ୍ଟାଣ୍ଡରୁ ହିରେକେରୁର ତାଲୁକର ହମସଭାବୀ ଗାଁ ପର୍ଯ୍ୟନ୍ତ ଯାଇଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖିପାରିବେ ମାଙ୍କଡଟି କିପରି ଆରମରେ ବସି ଯାଉଛି । କେତେବେଳେ ବସର ଝରକା କାଚକୁ ଧରି ବସୁଛି ତ କେତେବେଳେ ସିଟ୍‌ରେ । ଭିଡିଓଟିକୁ ଏକ୍ସରେ ଛଡାଯାଇଛି । ଅଘବଦ୍ଭଙ୍କଠକ୍ଟଳଳବକ୍ଷସଶବ ନାମକ ଏକ ୟୁଜର ଅକ୍ଟୋବର ଚାରି ତାରିଖରେ ସେୟାର କରିଛନ୍ତି ।

Get real time updates directly on you device, subscribe now.