fbpx

ମାଙ୍କଡ଼ ଛଡ଼ାଇ ନେଇଗଲା ୧ ଲକ୍ଷର କ୍ୟାଶ ଭର୍ତ୍ତି ବ୍ୟାଗ: ଜଳକା ହୋଇ ଚାହିଁ ରହିଲେ ୫୫ ବର୍ଷୀୟା ମହିଳା

ନୂଆଦିଲ୍ଲୀ: ଅନେକ ସମୟରେ ଆମେମାନେ ରାସ୍ତାରେ ଯାତାୟତ କରୁଥିବା ସମୟରେ କିଛି ଅସାମାଜିକ ବ୍ୟକ୍ତି ଓ ଦୁର୍ବୃତ୍ତ ଆମଠାରୁ ବଳପୂର୍ବକ ଟଙ୍କ ପଇସା ଛଡ଼ାଇ ନେଇଯାଇଥାନ୍ତି । ଉଭୟ ଦିନ ଓ ରାତି ସମୟରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଥାଏ । ତେବେ କୌଣସି ମାଙ୍କଡ଼ କାହାଠାରୁ ଟଙ୍କା ଛଡ଼ାଇନେବା କଥା କେବେ ଶୁଣିଛନ୍ତି କି । ନିକଟରେ ଜଣେ ମହିଳାଙ୍କଠାରୁ ଗୋଟିଏ ମାଙ୍କଡ଼ ଅନେକ ଅର୍ଥ ଲୁଟି ନେଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଜଣେ ୫୫ ବର୍ଷୀୟା ମହିଳାଙ୍କ ଠାରୁ ଗୋଟିଏ ମାଙ୍କଡ଼ ୧ ଲକ୍ଷ କ୍ୟାଶ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । କ୍ୟାଶ ବ୍ୟାଗକୁ ଧରି ମାଙ୍କଡ଼ଟି ଗଛ ଉପରେ ଚଢ଼ି ଯାଇଥିଲା । ମାଙ୍କଡ଼ର ପିଛା କରି କରି ପର୍ଯ୍ୟଟକ ମହିଳା ଜଣଙ୍କ ବେଦମ୍ ହୋଇପଡ଼ିଥିଲେ । ମାଙ୍କଡ଼ଟି ବ୍ୟାଗକୁ ନେଇ ଏକ ଗଛ ଉପରେ ଚଢ଼ି ଯାଇଥିଲା । ତା’ପରେ ସେ ବ୍ୟାଗରୁ ଖାଦ୍ୟ ସନ୍ଧାନ କରିଥିଲା, ମାତ୍ର କିଛି ପାଇନଥିଲା ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେତେବେଳେ ଉକ୍ତ ବ୍ୟାଗରୁ ମାଙ୍କଡ଼ଟି କିଛି ବି ଖାଦ୍ୟ ପାଇନଥିଲା, ସେ ତାହାକୁ ତଳକୁ ଫୋପାଡ଼ି ଦେଇଥିଲା । ବ୍ୟାଗଟି ଏକ ପାହାଡ଼ିଆ ଅଞ୍ଚଳର ବିରାଟକାୟ ଖାଇରେ ପଡ଼ିଥିଲା । ଏହାପରେ ମହିଳା ଜଣଙ୍କ ପାର୍କର ରେଞ୍ଜରଙ୍କୁ ଏ ବାବଦରେ ଜଣାଇଥିଲେ । ତା’ପରେ ବ୍ୟାଗକୁ ଖୋଜିବା ନେଇ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ତେବେ ଉକ୍ତ ବ୍ୟାଗରେ ମୋଟ ୧ ଲକ୍ଷ ୧୮ ହଜାର ଟଙ୍କାର କ୍ୟାଶ ରହିଥିବା ମହିଳା ଜଣଙ୍କ କହିଛନ୍ତି ।

Get real time updates directly on you device, subscribe now.