fbpx

ଜର୍ମାନୀରେ ମିଳିଲା ମଙ୍କିପକ୍ସର ସାଙ୍ଘାତିକ କେସ୍: କଳା ପଡ଼ି ସଢ଼ିଗଲା ରୋଗୀଙ୍କ ନାକ

ନୂଆଦିଲ୍ଲୀ: ଦୁନିଆରେ ମଙ୍କିପକ୍ସରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଧିରେ ଧିରେ ଏହି ଭାଇରସ୍ ୯୦ରୁ ଅଧିକ ଦେଶରେ ବ୍ୟାପିଗଲାଣି । ପ୍ରତିଦିନ ଏହା ବିଷୟରେ ନୂଆ ଖୁଲାସା ହେଉଛି ଓ ଏହାର ନୂଆ ଲକ୍ଷଣ ଦେଖାଯାଉଛି । ଏହାର ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ଏହା ଉପରେ ନିରନ୍ତର ଅନୁସନ୍ଧାନ ମଧ୍ୟ ଚାଲିଛି । ଏହାରି ମଧ୍ୟରେ ମଙ୍କିପକ୍ସର ସବୁଠାରୁ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏହି ମାମଲାରେ ମଙ୍କିପକ୍ସ ରୋଗୀଙ୍କ ନାକ ସଢ଼ିବାକୁ ଲାଗିଛି । ଏହି ରୋଗୀଙ୍କୁ ଦେଖି ଡାକ୍ତରମାନେ ବି ଆଶ୍ଚର୍ଯ୍ୟ ହୋଇଛନ୍ତି । ଅବଶ୍ୟ ଏବେ ତାଙ୍କର ଚିକିତ୍ସା ଚାଲିଛି । ତେବେ ଆସନ୍ତୁ ଜାଣିବ କ’ଣ ରହିଛି ଘଟଣା…

ରିପୋର୍ଟ ଅନୁସାରେ, ଜର୍ମାନୀରେ ରହୁଥିବା ଜଣେ ୪୦ ବର୍ଷୀୟ ବ୍ୟକ୍ତି କିଛି ଦିନ ପୂର୍ବରୁ ତାଙ୍କ ନାକରେ ଏକ ଲାଲ ଦାଗ ଦେଖିଥିଲେ । ସେ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଇ ସମସ୍ୟା ବିଷୟରେ କହିଥିଲେ । ଦାଗ ଦେଖି ଡାକ୍ତର କହିଛନ୍ତି ଯେ ଏହା ସନବର୍ଣ୍ଣ । କିଛି ଦିନ ପରେ ବ୍ୟକ୍ତିର ଅବସ୍ଥା ବିଗିଡିଗଲା ଏବଂ ନାକରେ ଥିବା ଲାଲ ଦାଗ କଳା ହୋଇଗଲା ଏବଂ ଏକ ବଡ କ୍ଷତର ରୂପ ନେଇଗଲା । ପ୍ରକୃତରେ ତାଙ୍କ ନାକ ସଢ଼ିବାକୁ ଲାଗିଥିଲା । ଏହା ପରେ ସେ ପୁଣି ଡାକ୍ତରଙ୍କ ପାଖକୁ ଗଲେ ।

ମେଡିକାଲ ଜର୍ଣ୍ଣାଲ ଇନଫେକ୍ସନ୍ ଅନୁଯାୟୀ, ଡାକ୍ତରମାନେ ଚେକ୍ କରିବାକୁ ଜଣାପଡିଲା କି ତାଙ୍କ ନାକ ବ୍ୟତୀତ ବିଶେଷ କରି ପାଟିରେ ଏବଂ ତାଙ୍କ ପ୍ରାଇଭେଟ ପାର୍ଟରେ ଫୋଟକା ହୋଇଛି । ଏହା ପରେ ତାଙ୍କର ମଙ୍କିପକ୍ସ ଟେଷ୍ଟ କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ ଆସିଥିଲା । ମଙ୍କିପକ୍ସ ଚିହ୍ନଟ ପରେ ଡାକ୍ତରମାନେ ତାଙ୍କୁ ଚିକିତ୍ସା ଆରମ୍ଭ କରିଥିଲେ । ଆରାମ ପାଇଁ ତାଙ୍କୁ ଆଣ୍ଟି-ଭାଇରାଲ୍ ଦିଆଯାଇଥିଲା ।

ଡାକ୍ତରମାନେ ଚିକିତ୍ସାକୁ ଆଗେଇ ନେଇ ତାଙ୍କର ଏସଟିଆଇ ଟେଷ୍ଟ ମଧ୍ୟ କରିଥିଲେ । ଏହାର ରିପୋର୍ଟ ଆସିବା ପରେ ତାହା ଡାକ୍ତରମାନଙ୍କୁ ଚିନ୍ତା ବଢ଼ାଇଦେଇଥିଲା, କାରଣ ଏହି ରୋଗୀଙ୍କଠାରେ ଉଭୟ ଏଚ୍.ଆଇ.ଭି ଏବଂ ସିଫିଲିସ୍ ଚିହ୍ନଟ ହୋଇଥିଲା । ସିଫିଲିସ୍ ତାଙ୍କ ଅଙ୍ଗରେ ବହୁତ ବ୍ୟାପିଯାଇଥିଲା । ପରବର୍ତ୍ତୀ ଟେଷ୍ଟରେ ଏଚ୍.ଆଇ.ଭି ଆଡଭାନ୍ସ ରୂପରେ ଏଡସ ପର୍ଯ୍ୟନ୍ତ ପହଞ୍ଚିଯାଇଛି । ଡାକ୍ତରଙ୍କ କହିବା ମୁତାବକ, ତାଙ୍କ ଶରୀରରେ ଥିବା ଘା’ ଆଣ୍ଟି-ଭାଇରାଲ ମେଡିସିନ୍ ଯୋଗୁଁ ଶୁଖିଯାଇଛି, କିନ୍ତୁ ଏଥିରେ ତାଙ୍କ ନାକ ପାଇଁ କିଛି ଫାଇଦା ହୋଇନି । ନାକର ସ୍ଥିତି ପୂର୍ବ ପରି ସେରି ରହିଛି । ମଙ୍କିପକ୍ସର ଏପରି ସାଙ୍ଘାତି କେସ ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସିନଥିଲା ବୋଲି ଡାକ୍ତରମାନେ କହିଛନ୍ତି ।

ସିଫିଲିସ୍ କଣ?
ସିଫିଲିସ୍ ଏକ ପ୍ରକାର ବ୍ୟାକ୍ଟେରିଆ ଇନଫେକ୍ସନ । ଏହା ସାଧାରଣତ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ବ୍ୟାପିଥାଏ । ଯେଉଁ ବ୍ୟାକ୍ଟେରିଆ ଯୋଗୁଁ ଏହା ହୋଇଥାଏ, ତାହାକୁ ଟ୍ରେପୋନେମା ପଲିଡିମ୍ କୁହାଯାଏ ।

Get real time updates directly on you device, subscribe now.