fbpx

୩୦ ଦିନରେ ୩୫ ଲକ୍ଷ ଟଙ୍କାର ଚିନି ଖାଇଗଲେ ମାଙ୍କଡ ! ଏହି ମାମଲାରେ ୨ ଜଣଙ୍କ ବିରୁଦ୍ଧରେ ଏଫଆଇଆର୍‌

Advertisement

ଆଲିଗଡ:ଉତ୍ତରପ୍ରଦେଶ ଆଲିଗଡର ଏକମାତ୍ର ସାଥା ଚିନି ମିଲ୍‌ରେ ୧୧୦୦ କ୍ୱିଣ୍ଟାଲ ଚିନିର ଘୋଟାଲା ମାମଲା ସାମ୍ନାକୁ ଆସିଛି । ଜଣାପଡିଛି ପ୍ରାୟ ୩୫ ଲକ୍ଷ ଟଙ୍କା ମୂଲ୍ୟର ଚିନି ମାଙ୍କଡ ଖାଇଯାଇଛନ୍ତି । ଏହି ଚିନି ମିଲ୍ ୨୬ ମାସ ଧରି ବନ୍ଦ ରହିଛି । ଏବେ ଏହି ମାମଲାରେ ଯାଞ୍ଚ ରିପୋର୍ଟ ଆସିବା ପରେ ଗୋଦାମ କିପରଙ୍କ ସହ ୨ ଜଣଙ୍କ ଉପରେ ମୋକଦ୍ଦମା ରୁଜୁ କରାଯାଇଛି । ଏହି ମାମଲାରେ ଲେଖା ଅଧିକାରୀଙ୍କ ସହିତ ୬ ଜଣଙ୍କୁ ଦୋଷୀ କରାଯାଇଛି । ଏହାପରେ ଘଟଣାର ଯାଞ୍ଚ କରାଯାଇଛି । ଯାଞ୍ଚ ରିପୋର୍ଟରେ ଦାୟିତ୍ୱରେ ଥିବା ଗୋଦାମ କିପରଙ୍କ ବିରୁଦ୍ଧରେ ଜମ୍ବା ଥାନାରେ ମୋକଦ୍ଦମା ରୁଜୁ କରାଯାଇଛି ।

ଅନ୍ୟପକ୍ଷରେ ଏହି ମାମଲାରେ ଷ୍ଟୋର କିପର ନିଜର ମତ ରଖି କହିଛନ୍ତି, ଅଡିଟ୍ ଟିମ୍ ଯେତେ ମାତ୍ରାରେ ଦର୍ଶାଇଛନ୍ତି ସେତେମାତ୍ରାରେ ଚିନି ନଷ୍ଟ ହୋଇନାହିଁ । ମିଲ୍ ଭିତରେ ଗୋଦାମର ସଟର୍ ଭାଙ୍ଗିଯାଇଥିବା କାରଣରୁ କିଛି ମାଙ୍କଡ ପଶି ଚିନି ଖାଇଛନ୍ତି ଓ ନଷ୍ଟ କରିଛନ୍ତି । ଏହା ସହିତ ଗୋଦାମ ଛାତ ଫାଟିଥିବାରୁ ବର୍ଷା ପାଣି ପଡି ଚିନି ବହି ଯାଇଛି । କିନ୍ତୁ ଅଡିଟ୍ ଟିମ୍ ଏହାକୁ ବହୁତ ଅଧିକ ଦର୍ଶାଇଛନ୍ତି । ଗୋଦାମ କୋଠା ଛାତରେ ଫାଟ ଓ ପରିଚାଳନା ଖର୍ଚ୍ଚ ନେଇ ବହୁ ସମୟରେ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ବି କେହି ଶୁଣିନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.