fbpx

ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ; ପ୍ରଭାବରେ ବିଭିନ୍ନ ଅଂଚଳରେ ବର୍ଷା ସମ୍ଭାବନା

Advertisement

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ସକ୍ରିୟ ରହିଛି । ମାଲକାନଗିରିରେ ଅଟକି ରହିଥିବା ମୌସୁମୀବାୟୁ ସାମାନ୍ୟ ଅଗ୍ରସର ହୋଇ କୋରାପୁଟ, କଳାହାଣ୍ଡି, ଗଞ୍ଜାମ, ଗଜପତି ଜିଲ୍ଳାକୁ ସ୍ପର୍ଶ କରିଛି । ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ମୌସୁମୀବାୟୁ ରାଜ୍ୟର ଅନ୍ୟ ଜିଲ୍ଳାଗୁଡ଼ିକରେ ସକ୍ରିୟ ହେବାର ସମ୍ଭାବନା ରହିଛି ।

ମୌସୁମୀ ପ୍ରଭାବରେ ଆସନ୍ତା ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ପରିମାଣ ବଢ଼ିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ଅନୁଗୁଳ, ମୟୂରଭଞ୍ଜ ଓ ଝାରସୁଗୁଡ଼ା ଜିଲ୍ଲାର କେତେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ସୂଚନା ମିଳିଛି । ଆସନ୍ତା ୨୬ ରୁ ୨୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି ।

Get real time updates directly on you device, subscribe now.