୧୨ରୁ ପୁଣି ସକ୍ରିୟ ହୋଇପାରେ ମୌସୁମୀ: ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ପ୍ରଭାବରେ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଆସନ୍ତା ୧୨ ତାରିଖରୁ ପୁଣି ଥରେ ସକ୍ରିୟ ହୋଇପାରେ ମୌସୁମୀ । ଦକ୍ଷିଣ ଭାରତର ରାଜ୍ୟଗୁଡିକରେ ମୌସୁମୀ ସକ୍ରିୟ ହେବା ସହ କର୍ଣ୍ଣାଟକ ଏ କୋଙ୍କଣ-ଗୋଆରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୧୨ ପରେ ଓଡ଼ିଶାରେ ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ତେବେ, ଆସନ୍ତୁ ଜାଣିବା ଆଜି ସବୁ କେଉଁ ସ୍ଥାନରେ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।….
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁଙ୍କ ଆକଳନ କହୁଛି ଘୂର୍ଣ୍ଣିବଳୟ ପ୍ରଭାବରେ ୧୩ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବ। ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶା ସମେତ ଅନ୍ୟ ସ୍ଥାନରେ ବର୍ଷା ହୋଇପାରେ।
ତେବେ,୧୨ ତାରିଖ ପରେ ମୌସୁମୀ ପୁଣି ସକ୍ରିୟ ହେବା ସହ ବର୍ଷା ଆରମ୍ଭ ହୋଇଯିବ। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ଼. ଶରତ ସାହୁଙ୍କ ଆକଳନ କହୁଛି, ଘୂର୍ଣ୍ଣିବଳୟ ପ୍ରଭାବରେ ୧୩ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବ।
ଦକ୍ଷିଣ ଓ ଉପକୂଳ ଓଡ଼଼ିଶା ସମେତ ଅନ୍ୟ ସ୍ଥାନରେ ବର୍ଷା ହୋଇପାରେ। ତେବେ,୧୨ ତାରିଖ ପରେ ମୌସୁମୀ ପୁଣି ଥରେ ସକ୍ରିୟ ହେବା ସହ ବର୍ଷା ବର୍ଷା ଆରମ୍ଭ ହୋଇଯିବ। ୧୬ ଓ ୧୭ ତାରିଖରେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଧିକ ରହିଛି ବୋଲି ସେ କହିଛନ୍ତି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଉତ୍ତର ପଶ୍ଚିମବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଉପକୂଳ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ଆଜି ମୟୂରଭଂଜ, ଗଜପତି, ଗଂଜାମ ଓ କନ୍ଧମାଳରେ ଘଡ଼଼ଘଡି଼ ସହିତ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।
ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,ନୟାଗଡ,କଳାହାଣ୍ତି,କୋରାପୁଟ୍, ମାଲକାନଗିରି ଓ ରାୟଗଡାରେ ବର୍ଷା ସହ ବିଜୁଳି ଘଡ଼ଘଡି଼ ହେବାର ସମ୍ଭାବନା ରହିଛି। ସେହିପରି, ଆସନ୍ତାକାଲି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ସୋନପୁର,ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ତି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ୍, ମାଲକାନଗିରି ଓ ମୟୂରଭଂଜରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୧୨,୧୩,୧୪ ଓ ୧୫ ବେଳକୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।