fbpx

ଜୁଲାଇ ୧୯ରୁ ମୌସୁମୀ ଅଧିବେଶନ

Advertisement

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନ ଅଗଷ୍ଟ ୧୩ ପର୍ୟ୍ୟନ୍ତ ଜାରି ରହିବ । ସଂସଦର କ୍ୟାବିନେଟ୍ କମିଟି ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଏହି ଘୋଷଣା କରାଯାଇଛି। ତେଣୁ ଅଧିବେଶନ ପୂର୍ବରୁ ସମସ୍ତ ସାଂସଦଙ୍କୁ ଟିକାର ଦୁଇଟି ଯାକ ଡୋଜ୍ ନେବାକୁ କୁହାଯାଇଛି ।
ସୂଚନା ଅନୁସାରେ, ଏକ ମାସ ପର୍ୟ୍ୟନ୍ତ ଜାରି ରହିବାକୁ ଥିବା ମୌସୁମୀ ଅଧିବେଶନରେ ୨୦ଟି ବୈଠକ ହେବାର ସମ୍ଭାବନା ରହିଛି । ସାଧାରଣତଃ ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇଥାଏ ଏବଂ ସ୍ୱାଧୀନତା ଦିବସ ପୂର୍ବରୁ ସମାପ୍ତ ହୋଇଥାଏ । ତେଣୁ ଚଳିତ ଥରର ଅଧିବେଶନ କରିବା ନିମନ୍ତେ ସଂସଦୀୟ ମାମଲା ସହିତ ସମ୍ପର୍କିତ ମନ୍ତ୍ରୀ ମଣ୍ଡଳ ପକ୍ଷରୁ ସୁପାରିଶ କରାଯାଇଛି । ସେମାନେ କହିଛନ୍ତି ଯେ, ସମସ୍ତ ପ୍ରକାର କୋଭିଡ୍ ପ୍ରୋଟୋକଲ୍ ପାଳନ କରି ଅଧିବେଶନ କରାଯିବ ।

Get real time updates directly on you device, subscribe now.