fbpx

ଧାର୍ଯ୍ୟ କାର୍ଯ୍ୟସୂଚୀର ଦିନକ ପୂର୍ବରୁ ଶେଷ ହେଲା ଚଳିତ ବିଧାନସଭା ମୌସୁମୀ ଅଧିବେଶନ: ଗୃହକାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ସରିଲା ଚଳିତ ବିଧାନସଭା ମୌସୁମୀ ଅଧିବେଶନ। ଗୃହକାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି। ଧାର୍ଯ୍ୟ କାର୍ଯ୍ୟସୂଚୀର ଦିନକ ପୂର୍ବରୁ ଶେଷ ହେଲା ଅଧିବେଶନ। ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ପୋଡିୟମ ପାଖରେ ବିଜେପି ସଦସ୍ୟ ନାରାବାଜି ଲଗାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜନବିରୋଧୀ ଶବ୍ଦକୁ ବାଦ ଦେବା ପାଇଁ ଦାବି କରାଯାଇଥିଲା । ଏହା ବ୍ୟତୀତ ୨ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାରର ଦାବି କରିଥିଲା ବିଜେପି । ବିରୋଧୀ ଦଳ ବାଚସ୍ପତିିଙ୍କ ପକ୍ଷପାତିତାକୁ ନେଇ ଅଭିଯୋଗ କାରି ହଟ୍ଟଗୋଳ କରିଥିଲେ । ହଟ୍ଟଗୋଠ ଯୋଗୁଁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି କରାଯାଇଥିଲା ।

ମୌସୁମୀ ଅଧୂବେଶନ ବେଶ ସରଗରମ ରହିଥିଲା । ଗତ ୨୨ରୁ ବିଧାନସଭା ଅଧୂବେଶନ ଆରମ୍ଭ ହୋଇଥିଲା । ୨୮ ହଜାର ୨୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହୋଇଥିଲା । ଗତ ୨୨ରୁ ବିଧାନସଭା ଅବେଶନ ଆରମ୍ଭ ହୋଇଥିଲା । ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ ହୋଇଥିଲା । ବ୍ୟୟମଞ୍ଜୁରୀ ବିଲ୍ ସହ ସମୁଦାୟ ୧୨ଟି ବିଲ୍ ପାରିତ ହୋଇଛି । ୭ଟି କାର୍ଯ୍ୟଦିବସ ଏ ଅଧୂବେଶନରେ ବସିଥିଲା । ବ୍ୟୟମଞ୍ଜୁରୀ ବିଲ୍ ସହ ସମୁଦାୟ ୧୨ଟି ବିଲ୍ ପାରିତ ହୋଇଛି ।

Get real time updates directly on you device, subscribe now.