ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦୁର୍ବୃତ୍ତଙ୍କ କାରନାମା ବୃଦ୍ଧି ପାଇବାରେ ଲାଗିଛି । ସ୍ପଷ୍ଟ ଦିବାଲୋକରେ କେତେବେଳେ ହତ୍ୟା କରୁଛନ୍ତି ତ କେତେବେଳେ ଲୁଟ୍ କରୁଛନ୍ତି । ଏଭଳି ଏକ ଖବର ସାମ୍ନାକୁ ଆସୁଛି ଉତ୍ତରପ୍ରଦେଶର ମୁରାଦାବାଦରୁ । ପାଦରେ ଚାଲିଚାଲି ଯାଉଥିବା ପ୍ରିନ୍ସିପାଲଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ବେସ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିବା ମାତ୍ରେ ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ତେବେ ସ୍ପଷ୍ଟ ଦିବାଲୋକରେ ବାଇକରେ ଆସି ଗୁଳି ମାଡ କରିବା ସହିତ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
ପୋଲିସ ସିସିଟିଭି ଫୁଟେଜକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଶିକ୍ଷକଙ୍କୁ ଗୁଳି ମାରିବା ମାତ୍ରେ ସେ ଟଳି ପଡିଛନ୍ତି । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଶିକ୍ଷକଙ୍କର ନାମ ସବବୁଲ ହସନ । ଶିକ୍ଷକଜଣକ ସବୁଦିନେ ଚାଲିଚାଲି ସ୍କୁଲକୁ ଯାଉଥିବା ବେଳେ ସେଦିନ ମଧ୍ୟ ସେ ଘରୁ ବାହାରି ଚାଲିଚାଲି ସ୍କୁଲ ଯାଉଥିଲେ । ତେବେ କେଉଁ କାରଣରୁ ତାଙ୍କୁ ଗୁଳିମାଡ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ନେଇ ବଚସା କାରଣରୁ ଗୁଳିମାଡ କରାଯାଇଥିବା ନେଇ ଅନୁମାନ କରାଯାଉଛି ।
मुरादाबाद में दिनदहाड़े एक अध्यापक की हत्या कर दी गई। टीचर शबाबुल को बाइक सवार 2 बदमाशों ने सिर में गोली मार दी और भाग निकले ।
बदमाश बेख़ौफ़ हैं। दिनदहाड़े हत्याएं कर रहे हैं। डर ख़त्म हो गया है।#यूपी_में_जंगलराज pic.twitter.com/kQVVAnZwrC
— Dr. Ashutosh Verma (Patel) (@DrVermaAshutosh) November 5, 2024