fbpx

ବଡ଼ ଖବର, ରାଜ୍ୟରେ ଆଉ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ

Advertisement

ଭୁବନେଶ୍ୱର, ୬ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧କୁ ବୃଦ୍ଧି ପାଇଛି । ୧୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୩ଜଣ ସ୍ଥାନୀୟ ଅଞ୍ଚଳର । ୧୭୩ ଆକ୍ରାନ୍ତଙ୍କ ମଦ୍ୟରୁ ଗଞ୍ଜାମରୁ ୬୪, ଯାଜପୁରରୁ ୧୯, ଖୋର୍ଦ୍ଧାରୁ ୯, ନୟାଗଡ଼ରୁ ୭, କଟକରୁ ୧୩, ମୟୁରଭଞ୍ଜରୁ ୧୩, ଭଦ୍ରକରୁ ୪, କଳାହାଣ୍ଡିରୁ ୨, ନୂଆପଡ଼ାରୁ ୮, ଗଜପତିରୁ ୧୦, ବଲାଙ୍ଗିରରୁ ୧୧, ବାଲେଶ୍ୱରରୁ ୧୧, ଝାରସୁଗୁଡ଼ାରୁ ଜଣେ, ପୁରୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.