fbpx

ସାଙ୍ଘାତିକ ପରିସ୍ଥିତିରେ ଓଡିଶା! ଆଜି ପୁଣି ୪୬୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୫ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ ଅନଲକ୍ ୨ ଲାଗୁ ହେବା ପରଠାରୁ କରୋନା ମହାମାରୀ ବଢିଚାଲିଛି । ଅମାନିଆ ଲୋକଙ୍କ ଯୋଗୁଁ ସଂକ୍ରମଣ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟରେ ଆଉ ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୧୭ ଜଣ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୫୨ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ତେବେ ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୯୪ , ସୁନ୍ଦରଗଡ଼ରୁ ୬୬, ଖୋର୍ଦ୍ଧାରୁ୨୭, ଯାଜପୁରରୁ ୨୫, କେନ୍ଦୁଝରରୁ ୨୫, ନୟାଗଡ଼ରୁ ୨୪, ଭଦ୍ରକରୁ ୧୬ , ସମ୍ବଲପୁରରୁ ୧୩ , ଅନୁଗୁଳରୁ ୧୧, ବାଲେଶ୍ୱରରୁ ୮, ପୁରୀରୁ ୮, ବଲାଙ୍ଗୀରରୁ ୩ , ଗଜପତିରୁ ୧୨, କଳାହାଣ୍ଡିରୁ୨, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୫, ମାଲକାନଗିରିରୁ ୧ , ମୟୁରଭଞ୍ଜରୁ ୬, ନବରଙ୍ଗପୁରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି ।

Get real time updates directly on you device, subscribe now.