ଭୁବନେଶ୍ୱର,୭ ।୭(ଓଡିଶା ଭାସ୍କର): ରାଜ୍ୟରେ ଆଜି ନୂଆ ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରରୁ ୪୦୩ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୮ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
7. Gajapati: 56
8. Ganjam: 273
9. Jagatsingpur: 17
10. Jajpur: 16
11. Jharsuguda: 1
12. Kendrapada: 3
13. Keonjhar: 7
14. Khordha: 37
15. Mayurbhanj: 14
16.Nawarangapur: 7
17.Nayagarh: 1
18. Puri: 4
19. Rayagada: 10
20. Sambalpur: 6
21. Sundergarh: 51— I & PR Department, Odisha (@IPR_Odisha) July 7, 2020
ଆଜି ଗଞ୍ଜାମରେ ସର୍ବାଧିକ ୨୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତିରେ ୫୬ ସୁନ୍ଦରଗଡରେ ୫୧, ଖୋର୍ଦ୍ଧାରେ ୩୭, କଟକରେ ୨୯, ବାଲେଶ୍ୱରରେ ୨୮, ଜଗତସିଂହପୁରରେ ୧୭, ଯାଜପୁରରେ ୧୬, ମୟୂରଭଞ୍ଜରେ ୧୪, ରାୟଗଡରେ ୧୦, ନବରଙ୍ଗପୁର ଓ କେନ୍ଦୁଝରରେ ୭ଜଣ ଲେଖାଏଁ, ସମ୍ବଲପୁରରେ ୬, ବଲାଙ୍ଗିରରେ ୫, ଅନୁଗୁଳ ଓ ପୁରୀରେ ୪ ଜଣ ଲେଖାଏଁ, ଭଦ୍ରକ, ଝାରସୁଗୁଡା, ନୟାଗଡ ଓ ଢେଙ୍କାନାଳରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।