fbpx

ରାଜ୍ୟରେ ପୁଣି ୭ ଜୀବନ ନେଲା କରୋନା

ଭୁବନେଶ୍ୱର,୧୩ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୬୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୭  ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମର ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱର ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗଞ୍ଜାମର ୧୭, ୪୫, ୪୯, ୬୩ ଓ ୭୨ ବର୍ଷୀୟ ପୁରୁଷଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ଗଞ୍ଜାମର ୧୭ ବର୍ଷୀୟ ପୁରୁଷ ଲଙ୍ଗ କ୍ୟାନ୍ସର ରୋଗୀରେ ପୀଡିତ ଥିବା ଜଣାପଡିଛି । ୭୨ ବର୍ଷୀୟ ପୁରୁଷ ମଧୁମେହଓ କିଡନୀ ଜନିତ ରୋଗରେ ପୀଡିତ ଥିଲେ ।

ସେହିପରି ୪୯ ବର୍ଷୀୟ ସେହିପରି କଟକରେ ଜଣେ ୪୦ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ଘଟିଛି ।

ଅନ୍ୟପଟେ ଭୁବନେଶ୍ୱରର ୬୭ ବର୍ଷୀୟ ପୁରୁଷ ମଧୁମେହ ଓ କିଡନୀ ଜନିତ ରୋଗରେ ପୀଡିତ ଥିଲେ ।

Get real time updates directly on you device, subscribe now.