fbpx

Good News! ସୁକନ୍ୟା ଯୋଜନାରେ ମିଳିବ ଅଧିକ ଟଙ୍କା… ନୂଆବର୍ଷର ବଡ଼ ଉପହାର ଦେଲେ ସରକାର

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ସରକାର ଏକ ବଡ଼ ଉପହାର ଭେଟି ଦେଇଛନ୍ତି । ଆଜି ଅର୍ଥମନ୍ତ୍ରାଳୟରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ସୁକନ୍ୟା ଯୋଜନାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ସୁକନ୍ୟା ଯୋଜନା ଭଳି ଛୋଟ ସଞ୍ଚୟ ଯୋଜନା ଉପରେ ସୁଧହାର ବୃଦ୍ଧି ହେବା ନେଇ ଘୋଷଣା କରାଯାଇଛି । ପ୍ରାୟ ଦେଢ ବର୍ଷ ପରେ ଏହି ଯୋଜନାର ସୁଧହାରରେ ବୃଦ୍ଧି ହୋଇଛି । ଚଳିତଥର ୨୦ ଆଧାର ଅଙ୍କ ବା ୦.୨୦ ପ୍ରତିଶତ ସୁଧ ବୃଦ୍ଧି ପାଇଛି ।

ଏହି ବୈଠକ ପରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୨୦୨୪ ତ୍ରୈମାସିକ ପାଇଁ ପାଇଁ ଅଳ୍ପ ସଞ୍ଚୟ ଯୋଜନାଗୁଡ଼ିକରେ ସୁଧହାର ୦.୨୦ ପ୍ରତିଶତ ବୃଦ୍ଧି କରାଯାଇଛି । ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ୩ ବର୍ଷର ଫିକ୍ସଡ ଡିପୋଜିଟ ଅର୍ଥାତ୍ ପୋଷ୍ଟ ଅଫିସ ଏଫଡିରେ ସୁଧହାରରେ ୧୦ ଅଙ୍କ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଏହା ଉପରେ ୭ ପ୍ରତିଶତ ପରିବର୍ତ୍ତେ ୭.୧୦ ପ୍ରତିଶତ ସୁଧ ମିଳିପାରିବ । ଚଳିତ ଆର୍ଥିକ ବର୍ଷର ଶେଷ ତ୍ରୈମାସିକ ପାଇଁ ଏହି ନିୟମ ଲାଗୁ କରାଯିବ ବୋଲି ନିଷ୍ପତ୍ତି ନେଇଛି ଅର୍ଥ ମନ୍ତଣାଳୟ ।

ଅର୍ଥ ମନ୍ତ୍ରଣାଳୟ ତରପରୁ ଜାରି ହୋଇଥିବା ବିଜ୍ଞପ୍ତିରେ ସ୍ପଷ୍ଟ କୁହହାଯାଇଛି ଯେ, ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନାରେ ମଧ୍ୟ ସୁଧହାରରେ ବୃଦ୍ଧି ହୋଇଛି । ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକ ପାଇଁ ୮ ପ୍ରତିଶତ ପରିବର୍ତ୍ତେ ୮.୨ ପ୍ରତିଶତ ସୁଧ ମିଳିପାରିବ । ଏହି ଯୋଜନାରେ ୨୦ ଆଧାର ଅଙ୍କର ବୃଦ୍ଧି କରାଯାଇଛି । ତେବେ ସୁକନ୍ୟା ଯୋଜନା ଉପରେ ପ୍ରାୟ ୬ ତ୍ରୈମାସିକ ପରେ ସୁଧହାର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର ।

ଏହାବ୍ୟତୀତ ଅନ୍ୟାନ୍ୟ ଅଳ୍ପ ସଞ୍ଚୟକାରୀ ଯୋଜନା ଗୁଡ଼ିକରେ ସୁଧହାରରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । PPF, NSC ପରି ଯୋଜନା ଗୁଡ଼ିକରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ଥିବା ସୁଧହାର ଆଗାମୀ ଦିନରେ ମଧ୍ୟ ଲାଗୁ ରହିବ ।

Get real time updates directly on you device, subscribe now.