ମହାକୁମ୍ଭରେ ଅମୃତ ସ୍ନାନ: ମକର ସଂକ୍ରାନ୍ତିରେ ବୁଡ଼ ପକାଇଲେ ୧.୩୦ କୋଟିରୁ ଅଧିକ ଶ୍ରଦ୍ଧାଳୁ

ମହାକୁମ୍ଭ ୨୦୨୫ର ପ୍ରଥମ ଅମୃତ ସ୍ନାନ ଆଜି ମକର ସଂକ୍ରାନ୍ତିର ଶୁଭ ଅବସରରେ ଆରମ୍ଭ ହୋଇସାରିଛି। ଏହି ଅମୃତ ସ୍ନାନରେ ୩ କୋଟି ଭକ୍ତ ସଂଗମ ତଟରେ ବୁଡ଼ ପକାଇବାର ବ୍ୟବସ୍ଥା କରାଯାଇଛି।

ନୂଆଦିଲ୍ଲୀ: ଆଜି ମକର ସଂକ୍ରାନ୍ତିରେ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ତେବେ ମକର ସଂକ୍ରାନ୍ତି ଅବସରରେ ପବିତ୍ର ସଂଗମରେ ଏପର୍ଯ୍ୟନ୍ତ ୧.୩୮ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କୁ ପ୍ରଥମ ଅମୃତ ସ୍ନାନର ସୌଭାଗ୍ୟ ପ୍ରାପ୍ତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ସୂଚନା ଜାରି କରିଛନ୍ତି।

କଡ଼ା ସୁରକ୍ଷା ବ୍ୟବସ୍ଥା: ତ୍ରିବେଣୀରେ ଅମୃତ ସ୍ନାନ ସମୟରେ କୌଣସି ପ୍ରକାରର ଦୁର୍ଘଟଣାକୁ ରୋକିବା ଲାଗି ସୁରକ୍ଷା ବାହିନୀର ଯବାନ ଆଲର୍ଟ ଅଛନ୍ତି। ଏଥିସହ ପ୍ରଶାସନ ସ୍ୱଚ୍ଛ, ସୁରକ୍ଷିତ, ସୁବିଧାଜନକ ମହାକୁମ୍ଭ ପାଇଁ ସତର୍କ ରହିଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମକର ଶୁଭେଚ୍ଛା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶବାସୀଙ୍କୁ ପାର୍ବଣର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ସହ ଜୀବନରେ ସୁଖ ଏବଂ ସମୃଦ୍ଧିର କାମନା କରିଛନ୍ତି। ଆଜି ଦେଶରେ ମକର ସଂକ୍ରାନ୍ତି, ପୋଙ୍ଗଲ, ମାଘ ବିହୂ ଏବଂ ଉତ୍ତରାୟଣର ପର୍ବ ପାଳନ କରାଯାଉଛି।