fbpx

ଦୀର୍ଘ ସମୟ ଧରି ଗୃହପାଳିତ ପଶୁଙ୍କ ସହ ସମୟ ବିତାଇଲେ ବୃଦ୍ଧାବସ୍ଥା ଶୀଘ୍ର ଆସିବ ନାହିଁ: ଅଧ୍ୟୟନ ରିପୋର୍ଟ

ନୂଆଦିଲ୍ଲୀ: ବୟସ୍କ ବ୍ୟକ୍ତିଙ୍କୁ ନେଇ ରିସର୍ଚ୍ଚରୁ ଏକ ନୂଆ ଖୁଲାସା ହୋଇଛି । ବୟସ୍କ ବ୍ୟକ୍ତିମାନେ ଗୃହପାଳିତ ପଶୁପକ୍ଷୀଙ୍କ ସହ ସମୟ ଅତିବାହିତ କଲେ ସେମାନଙ୍କ ଠାରେ ବୃଦ୍ଧାବସ୍ଥା ବିଳମ୍ବରେ ଆସିଥାଏ । ନିକଟରେ ମିଶିଗନ ୟୁନିଭରସିଟି ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି । ଏହି ଅଧ୍ୟୟନରେ ୬୫ ବର୍ଷରୁ ଅଧିକ ବୟସର ୧୩୬୯ ଜଣ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ଦୀର୍ଘ ସମୟ ଧରି କୁକୁର କିମ୍ବା ବିଲେଇ ସହିତ ରହିବା ଦ୍ୱାରା ବୟସ୍କ ବ୍ୟକ୍ତିମାନଙ୍କର ମସ୍ତିଷ୍କର କ୍ଷରଣ ପ୍ରକ୍ରିୟା ଧୀର ହୋଇଯାଇଥାଏ । ବିଜ୍ଞାନ ଭାଷାରେ ଏହାକୁ କଗ୍ନେଟିଭ୍ ଡିକଲାଇନ କୁହାଯାଇଥାଏ । କଗ୍ରେଟିଭ୍ ଡିକଲାଇନ ଏଜିଂ ଅର୍ଥାତ ବୟସ ବୃଦ୍ଧିର ଏକ ଅଂଶ ହୋଇଥାଏ । ସାଧାରଣ ଭାବେ ବୟସ ବୃଦ୍ଧି ସହିତ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ପରି ମସ୍ତିଷ୍କ ମଧ୍ୟ ଦୁର୍ବଳ ହୋଇଯାଇଥାଏ ।

ତେବେ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଆମର ଆଖପାଖର ପରିସ୍ଥିତି ଓ ବାତାବରଣ ଦ୍ୱାରା କଗ୍ନେଟିଭ୍ ଡିକଲାଇନ ପ୍ରଭାବିତ ହୋଇଥାଏ । ରିସର୍ଚ୍ଚରେ ସାମିଲ ହୋଇଥିବା ୫୩ ପ୍ରତିଶତ ଲୋକଙ୍କ ପାଖରେ କୁକୁର, ବିଲେଇ ପରି ଗୃହପାଳିତ ପଶୁ ରହିଥିଲେ । ସେଥିମଧ୍ୟରୁ ୩୨ ପ୍ରତିଶତ ଲୋକ ବିଗତ ୫ ବର୍ଷରୁ ଅଧିକ ସମୟ ଧରି ଗୃହପାଳିତ ପଶୁଙ୍କ ସହ ରହିଆସୁଥିଲେ । ସେମାନଙ୍କ ମଧ୍ୟରେ ୮୮ ପ୍ରତିଶତ ଆମେରିକୀୟ, ୭ ପ୍ରତିଶତ କଳା, ୨ ପ୍ରତିଶତ ହିସ୍ପୋନିକ, ୩ ପ୍ରତିଶତ ନସ୍ଲ ଓ ଏଥିନିକ ସମ୍ପ୍ରଦାୟର ଥିଲେ । ଗୃହପାଳିତ ପଶୁଙ୍କ ସହ ରହୁଥିବା ଲୋକଙ୍କ କଗ୍ନେଟିଭ୍ ଟେଷ୍ଟ ସ୍କୋର ଅନ୍ୟମାନଙ୍କ ଅପେକ୍ଷା ବହୁତ କମ୍ ଥିବା ୬ ବର୍ଷ ପରେ ଷ୍ଟଡିରୁ ସ୍ପଷ୍ଟ ହୋଇଥିଲା ।

ଅଧ୍ୟୟନକାରୀଙ୍କ ମତରେ, ଚାପଗ୍ରସ୍ତ ଓ ଏକୁଟିଆ ରହିବା ଦ୍ୱାରା ଆମର ମସ୍ତିଷ୍କର କଗ୍ନେଟିଭ୍ ପ୍ରକ୍ରିୟା ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ । ଏପରି ଲୋକଙ୍କ କ୍ଷେତ୍ରରେ ମସ୍ତିଷ୍କରୁ କ୍ଷରଣ ପ୍ରକ୍ରିୟା ବହୁତ ଅଧିକ ହୋଇଥାଏ । ଗୃହପାଳିତ ପଶୁପକ୍ଷୀମାନେ ଆମର ଚାପ ଦୂର କରିବା ସହ ଏକୁଟିଆପଣକୁ ଦୂର କରିଥାନ୍ତି ।

Get real time updates directly on you device, subscribe now.