fbpx

ଗୋଆ ଆସୁଥିବା ବିମାନରେ ବୋମା ଭୟ; ଗୁଜୁରାଟରେ ଜରୁରୀ ଅବତରଣ

ନୂଆଦିଲ୍ଲୀ: ମସ୍କୋରୁ ଗୋଆ ଆସୁଥିବା ବିମାନ ଗୁଜୁରାଟର ଜାମନଗରରେ ଜରୁରୀ ଆବତରଣ କରିଛି । ତେବେ ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ଜାମନଗର ବିମାନ ବନ୍ଦରରେ ଏନ୍ଏସଜି ଓ ବୋମା ନିଷ୍କ୍ରିୟକାରୀ ଟିମ୍ ପକ୍ଷରୁ ବିମାନର ଯାଞ୍ଚ ଚାଲିଛି । ଯେଉଁଥିରେ ଓନଓସଜିର ଦୁଇଟି ଟିମ୍ ସାମିଲ ରହିଛନ୍ତି । ସେହିପରି ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜାମନଗର ଏସପି ସୂଚନା ଦେଇଛନ୍ତି ।

ତେବେ ମିଳିଥିବା ତଥ୍ୟ ଅନୁଯାୟୀ, ଗୋଆ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି) ବିମାନରେ ବୋମା ଥିବା ବୋମା ଧମକ ପାଇଥିଲେ । ଫଳରେ ସେମାନେ କାଳ ବିଳମ୍ବ ନକରି ମସ୍କୋ-ଗୋଆ ଚାର୍ଟାର୍ଡ ବିମାନକୁ ଗୁଜୁରାଟର ଜାମନଗରରେ ଜରୁରୀ ଅବତରଣ କରାଇଛନ୍ତି । କୁହାଯାଉଛି ଯେ ଗୋଆ ଏଟିସି ବିମାନରେ ଏକ ଇ-ମେଲ ମାଧ୍ୟମରେ ବୋମା ଧମକ ଦେଇଥିଲା। ଯାହାଫଳରେ ସେମାନେ ବିମାନକୁ ଜାମନଗର ବିମାନବନ୍ଦରରେ ଅବତରଣ କରାଇଥିଲେ ।

ଅନ୍ୟପକ୍ଷେ ଜାମନଗର ବିମାନବନ୍ଦରର ନିର୍ଦ୍ଦେଶକ କହିଛନ୍ତି ମସ୍କୋ-ଗୋଆ ଚାର୍ଟାର୍ଡ ବିମାନରେ ମୋଟ ୨୪୪ ଜଣ ଯାତ୍ରୀ ଥିଲେ ଏବଂ ସେମାନେ ବିମାନ ନିରାପଦରେ ବନ୍ଦରରେ ପହଞ୍ଚିଛନ୍ତି । ତେବେ ପ୍ରକୃତରେ ବିମାନରେ ବୋମା ଅଛି କି ନାହିଁ , ଯଦି ଅଛିଏହାକୁ କିଏ ଆଣିଥିଲା ଏବଂ କେଉଁଠାକୁ ନେଉଥିଲା ତାହା ସମସ୍ତ ଯାଞ୍ଚ ପରେ ଜଣାପଡିବ ।

Get real time updates directly on you device, subscribe now.