fbpx

କେଉଁ ନିୟମ ଆଧାରରେ ମସଜିଦରେ ବାଜୁଛି ମାଇକ୍: ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ମସଜିଦରେ ମାଇକ ବାଜିବାକୁ ନେଇ ପୁଣି ଥରେ ଦେଖା ଦେଇଛି ବିବାଦ । ରାଜ୍ୟ ସରକାରଙ୍କୁ ଏ ନେଇ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । କେଉଁ ନିୟମ ଆଧାରରେ ମସଜିଦରେ ମାଇକ ବଜାଇବାକୁ ଅନୁମତି ଦିଆଯାଇଛି ବୋଲି କୋର୍ଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ୧୬ଟି ମସଜିଦରେ ମାଇକ୍ ବଜା ଯାଉଥିବା ବେଳେ ସାଧାରଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । ଏହାକୁ କମ୍ କରିବା ପାଇଁ ଏବଂ ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏହାର ଉତ୍ତର ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଋତୁରାଜ ଅୱସ୍ଥି ଏବଂ ଜଷ୍ଟିସ ସଚିନ୍ ଶଙ୍କର ମଗଦମ୍ଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି ।

ଆଇନଜୀବୀ ଶ୍ରୀଧର ପ୍ରଭୁ ଏବଂ ରାକେଶ ପି ଓ ଅନ୍ୟମାନେ ଏହି ଯାଚିକା ଦାଖଲ କରିଥିଲେ । ଏହି ନିୟମର ଧାରା ୫(୩) ଅନୁଯାୟୀ କୌଣସି ଧାର୍ମିକ ସ୍ଥଳରେ ମାଇକ ବଜାଇବା ପାଇଁ ଅନୁମତି ପ୍ରଦାନ କରାଯିବା ଅନୁଚିତ । ଏହା ସହିତ କୌଣସି ସାଧାରଣ ସଭାରେ ମଧ୍ୟ ଏହାର ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି । ଏହା ସହିତ କେବଳ ରାତି ୧୦ରୁ ୧୨ ମଧ୍ୟରେ ମାଇକର ବ୍ୟବହାର କରିହେବ । ମାତ୍ର କୌଣସି ଧାର୍ମିକ ସମାଗମ ସମୟରେ ମାଇକ ବଜାଯାଇ ପାରିବ । ତେବେ ଏହା ବର୍ଷକରେ ୧୫ ଦିନରୁ ଅଧିକ ହେବା ଅନୁଚିତ । ଏହା ସହିତ କର୍ଣ୍ଣାଟକ ୱାକଫ ବୋର୍ଡ ପକ୍ଷରୁ ମାଇକ ବାଜିବାକୁ ଅନୁମତି ଦିଆଯାଇଥିବା ବେଳେ ଏପରି ଅନୁମତି ପ୍ରଦାନ କରିବା ୱାକଫ ବୋର୍ଡ କ୍ଷମତା ପରିସର ବାହାରେ ବୋଲି ଯାଚିକାରେ ଦର୍ଶାଇଥିଲେ ।

ତେବେ ମସଜିଦ ସଂଘ ପକ୍ଷରୁ ଏହି ଯାଚିକାକୁ ବିରୋଧ କରାଯାଇଥିଲା । ମାଇକ ଲଗାଇବା ପାଇଁ ପୋଲିସ ନିକଟରୁ ଆବଶ୍ୟକୀୟ ଅନୁମତି ନିଆଯାଇଥିବା କୁହାଯାଇଥିଲା । ସେହିପରି ଅନୁମତି ପ୍ରାପ୍ତ ଅଞ୍ଚଳରୁ ଏହି ସାଉଣ୍ଡ ବାହାରକୁ ନଯିବା ପାଇଁ ଏଥିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ରାତି ୧୦ରୁ ସକାଳ ୬ଟା ମଧ୍ୟରେ ମାଇକ୍ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥାଏ ବୋଲି କୁହାଯାଇଛି । ଏହା ସହିତ ନାଇଟ କ୍ଲବ ଏବଂ ଗାଡି ହର୍ଣ୍ଣରୁ ହେଉଥିବା ଶବ୍ଦ ପ୍ରଦୂଷଣ ଉପରେ ସୁଓ ମୋଟୋ ନୀତି ଆପଣେଇଥିଲେ କୋର୍ଟ । ନୂତନ ମୋଟର ଯାନ ଅନୁଯାୟୀ କାର ଗୁଡିକରେ ଲଗାଯାଇଥିବା ଆମ୍ପ୍ଲିଫାଏଡ ସାଇଲେନ୍ସର ଗୁଡିକ କାମକୁ ନୁହେଁ । ଯଦି ମେନ ରୋଡ ନିକଟରେ ଆପଣ ଛିଡା ହେବେ ତେବେ ଏଭଳି ଗାଡି ଗୁଡିକ ପାଇଁ ଆପଣ ଠିକରେ ଛିଡା ହୋଇ ପାରିବେ ନାହିଁ । ଏହା ସହିତ ନାଇଟ କ୍ଲବ ପାଇଁ ରହିଥିବା ଶବ୍ଦ ପ୍ରଦୂଷଣ ଆଇନ ୨୦୦୦ର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ଏହି ସମସ୍ତ ବିଷୟ ଉପରେ ଆସନ୍ତା ଶୁଣାଣି ସୁଦ୍ଧା ସରକାର ଉତ୍ତର ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.