ନୂଆଦିଲ୍ଲୀ: ଈଶ୍ୱରଙ୍କ ଏ ବିଶାଳକାୟ ସୃଷ୍ଟିରେ ଅନେକ ସୁନ୍ଦର ସୁନ୍ଦର ଜିନିଷ ଭରପୂର ହୋଇ ରହିଛି । ତେବେ ମଣିଷଙ୍କ କଥା ଯଦି କହିବା ତେବେ ସର୍ବଦା ଆଖି ଆଗକୁ ଚାଲିଆସେ ମହିଳାଙ୍କ ସୌନ୍ଦର୍ଯ୍ୟ । ସୃଷ୍ଟିକର୍ତ୍ତା ପ୍ରତ୍ୟେକ ମହିଳାଙ୍କ ଠାରେ ସୁନ୍ଦରତା ଭରି ଦେଇଛନ୍ତି । ଆମ ସମାଜରେ ସବୁ ସମୟରେ ମହିଳାମାନେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ତେବେ କେବଳ ବାହ୍ୟ ସୌନ୍ଦର୍ଯ୍ୟ ନୁହେଁ, ତ୍ୟାଗ, ସ୍ୱଚ୍ଛ ହୃଦୟ, ପରୋପକାର, ସତ୍ୟର ପଥ, ଅନାବିଳ ପ୍ରେମ ଆଦି ଅନ୍ତଃ ସୌନ୍ଦର୍ଯ୍ୟରେ ମଧ୍ୟ ମହିଳାମାନେ ବେଶ୍ ପ୍ରବିଣା ଅଟନ୍ତି । ତେବେ ଏ ପୃଥିବୀରେ କେଉଁ ଦେଶର ଯୁବତୀମାନେ ସବୁଠାରୁ ବେଶୀ ସୁନ୍ଦରୀ ତାହା ଆକଳନ କରିବା ନିହାତି କଷ୍ଟକର ବ୍ୟାପାର । ଏହା ମଧ୍ୟରେ ବିଶ୍ୱର ୧୭ଟି ଦେଶର ଯୁବତୀଙ୍କୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଇଣ୍ଟରନେଟ ପୋଲିଂ ଓ ସର୍ଚ୍ଚିଂ ଆଧାରରେ ଗତ ଫେବୃଆରୀ ମାସରେ ଏହାର ସମ୍ପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଥିଲା ।
୧୭-ସ୍ୱେଡେନ:
ଏହି ଦେଶର ଝିଅମାନଙ୍କର ଆଖି ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ ।
୧୬- ଫିଲିପାଇନ୍ସ:
ଏହି ଦେଶର ଝିଅମାନେ ଫନି ଓ କ୍ୟୁଟ୍ ହୋଇଥାନ୍ତି ।
୧୫-ୟୁକେ:
ଏହି ଦେଶର ଝିଅମାନେ ପରୋପକାରୀ ହେବା ସହ ସେମାନେ ଅତ୍ୟଧିକ ଆତ୍ମବିଶ୍ୱାସୀ ହୋଇଥାନ୍ତି ।
୧୪-ଭାରତ:
ଭାରତରେ ବିଶ୍ୱର ଆକର୍ଷଣୀୟ ମହିଳାମାନେ ବାସ କରନ୍ତି ।
୧୩-ଆମେରିକା:
ଏହି ଦେଶର ମହିଳମାନେ କ୍ରୀଡ଼ା ପ୍ରତି ରୁଚି ରଖିବା ସହିତ ଓ ମଜାଳିଆ ସ୍ୱଭାବର ହୋଇଥାନ୍ତି ।
୧୨-ଆର୍ଜେଣ୍ଟିନା:
ଏହି ଦେଶର ମହିଳାମାନଙ୍କର ନିଜସ୍ୱ ସୌନ୍ଦର୍ଯ୍ୟ ରହିଛି ।
୧୧-ଅଷ୍ଟ୍ରେଲିଆ:
ଏହି ଦେଶର ଝିଅମାନଙ୍କୁ ଷ୍ଟନର କୁହାଯାଇଥାଏ ।
୧୦-କାନାଡ଼ା:
ଏହି ଦେଶର ଝିଅମାନେ ବହୁତ ସୁନ୍ଦରୀ ହୋଇଥାନ୍ତି । ସେମାନଙ୍କ ସହ ବୁଲିବାକୁ ଜଣେ ନିହାତି ପସନ୍ଦ କରିବ ।
୯-ନେଦରଲାଣ୍ଡ:
ଏହି ଦେଶର ଝିଅମାନେ ଶାରୀରିକ ଭାବେ ଡେଙ୍ଗା ଓ ଆକର୍ଷଣୀୟ ହେବା ସହ ସେମାନେ ଖୋଲା ସ୍ୱଭାବର ହୋଇଥାନ୍ତି ।
୮-ଇଟାଲି:
ଏହି ଦେଶର ଝିଅମାନେ ଫେଶନ ପ୍ରତି ଅଧିକ ରୁଚି ରଖିଥାନ୍ତି ।
୭-ନେନେଜୁଏଲା:
ଏହି ଦେଶର ଝିଅମାନେ ସର୍ବାଧିକ ଥର ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି । ଏହା ସେମାନଙ୍କର ସୌନ୍ଦର୍ଯ୍ୟର ଏକ ବଡ଼ ପ୍ରମାଣ ।
୬- ଋଷିଆ:
ଏହି ଦେଶର ଝିଅମାନଙ୍କର ଅଧିକ ମାତ୍ରାରେ ରାଷ୍ଟ୍ରପ୍ରେମ ରହିଥାଏ ।
୫-କଲମ୍ବିଆ:
ଏହି ଦେଶର ଝିଅମାନଙ୍କର ସୁନ୍ଦରତାକୁ ନେଇ ଦେଶ ବିଦେଶରେ ଚର୍ଚ୍ଚା ହୋଇଥାଏ ।
୪- ଡେନମାର୍କ:
ଏହି ଦେଶର ମହିଳାମାନେ ଅତ୍ୟନ୍ତ ସୁନ୍ଦରୀ ହୋଇଥାନ୍ତି ।
୩- ଦକ୍ଷିଣ କୋରିଆ:
ଏହି ଦେଶର ଝିଅମାନେ କ୍ୟୁଟ୍ ଚୁଲବୁଲି ହେବା ସହିତ ଫଟୋ ପାଇଁ ବିଭିନ୍ନ ପ୍ରକାରର ପୋଜ୍ ଦେଇଥାନ୍ତି ।
୨-ୟୁକ୍ରେନ:
ୟୁକ୍ରେନର ଝିଅମାନେ ବିଶ୍ୱର ସବୁଠାରୁ ସୁନ୍ଦରୀ ଭାବେ ଭୋଟ କରାଯାଇଥାଏ । ସେମାନଙ୍କର ସୌନ୍ଦର୍ଯ୍ୟର ସୀମା ଅବର୍ଣ୍ଣନୀୟ ।
୧- ବ୍ରାଜିଲ:
ବ୍ରାଜିଲର ଝିଅମାନଙ୍କ ଠାରେ ପ୍ରାକୃତିକ ବେଳାଭୂମିର ସୌନ୍ଦର୍ଯ୍ୟ ଝଟକୁଥାଏ ।