fbpx

ଅସହ୍ୟ ତାତିରେ ଛଟପଟ ହେଉଛି ରାଜ୍ୟର ଅଧିକାଂଶ ସହର: ୪୨ ଡିଗ୍ରୀ ଉପରେ ୨ ସହରର ତାପମାତ୍ରା

ଭୁବନେଶ୍ୱର: ଭୀଷଣ ଗ୍ରୀଷ୍ମପ୍ରବାହରେ ଜଳୁଛି ସାରା ରାଜ୍ୟ । ଅସହ୍ୟ ତାତି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି । ବିଶେଷ କରି ପଶ୍ଚିମ ଓଡିଶାରେ ତାତିର ପରିମାଣ ଅଧିକ ଅନୁଭବ ହେଉଥିବା ଦେଖାଯାଇଛି । ୨ଟି ସହରରେ ତାପମ୍ରତ୍ରା ୪୨ ଡିଗ୍ରୀ ଅତିକ୍ରମ କରିଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଦୁଇଟି ଉତ୍ତପ୍ତ ସହର ଭାବେ ଉଭା ହୋଇଛି ବଲାଙ୍ଗୀର ଏବଂ ଟିଟିଲାଗଡ ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପଶ୍ଚିମ ଓଡିଶାରେ ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ରାଜ୍ୟର ଦୁଇଟି ପ୍ରମୁଖ ସହର ବଲାଙ୍ଗୀର ଏବଂ ଟିଟିଲାଗଡରେ ଆଜିର ତାପମାତ୍ରା ୪୨ ଡିଗ୍ରୀ ଅତିକ୍ରମ କରିଛି । ବଲାଙ୍ଗୀରରେ ତାପମାତ୍ରା ୪୨.୬ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡରେ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଉଭୟ ସହରରେ ବଢୁଥିବା ବେଳେ ଅସହ୍ୟ ତାତି ଲୋକମାନଙ୍କୁ ଅଥୟ କରିଛି ।

Get real time updates directly on you device, subscribe now.