ନୂଆଦିଲ୍ଲୀ: ଭାରତୀୟ ବଜାରରେ ଅନେକ ବାଇକ ରହିଛି । ଏସବୁ ମଧ୍ୟରେ ହିରୋ, ହୋଣ୍ଡା, ଟିଭିଏସ, ବାଜାଜ, କାୱାସାକି ଆଦିର ଚାହିଦା ଯୁବପିଢିଙ୍କ ମଧ୍ୟରେ ଅଧିକ ଦେଖିବାକୁ ମିଳିଥାଏ । ଏସବୁ ବ୍ୟତୀତ ଭାରତରେ ଅନେକ ବାଇକ ନିର୍ମାଣକାରୀ କମ୍ପାନୀ ରହିଛନ୍ତି । ଏହି ଅଟୋମେକର୍ସ ଦେଶରେ ପ୍ରତି ମାସରେ ନୂଆ ବାଇକ୍ସ ଲଞ୍ଚ କରୁଛନ୍ତି । ତେବେ କଣ ଜାଣିଛନ୍ତି କି, ଭାରତରେ ମିଳୁଥିବା ସବୁଠାରୁ ମହଙ୍ଗା ବାଇକ କୋଉଟା ଜାଣିଛନ୍ତି କି?
ଭାରତରେ ମିଳୁଥିବା ସବୁଠାରୁ ମହଙ୍ଗା ବାଇକର ଦାମ ଯାହା ସେଥିରେ କିଣି ହେବ ୨-୩ଟି ଦାମୀ କାର । ଟୟୋଟା, ଫର୍ଚୁନର, ଇନୋଭା ପରି ଦାମୀ କାର କିଣି ହେବ । ଭାରତୀୟ ବଜାରରେ ମିଳୁଥିବା ସବୁଠାରୁ ଦାମୀ ବାଇକର ଏକ୍ସ ସୋରୁମ ପ୍ରାଇସ ରହିଛି ୭୯.୯୦ ଲକ୍ଷ ଟଙ୍କା, ଯାହାର ଅନରୋଡ ପ୍ରାଇସ ଆସିବ ୯୦ ଲକ୍ଷ । ଏହା ହେଉଛି କାୱାସାକି ଏଚ୨ଆର ।
୯୦ ଲକ୍ଷରେ ଭାରତୀୟ ବଜାରରେ ଏକାଧିକ ଏସୟୁଭି, ଲଗ୍ଜୁରିୟସ କାର କିଣିବା ମଧ୍ୟ ସମ୍ଭବ । ଏବେ ବଜାରରେ ସବୁଠାରୁ ଡିମାଣ୍ଡିଂ କାର ହେଉଛି ଟୟୋଟା ଫର୍ଚୁନର ଓ ଏହାର ଏକ୍ସ ସୋରୁମ ପ୍ରାଇସ ୩୩.୪୩ ଲକ୍ଷ ଟଙ୍କାରୁ ଆରମ୍ଭ । କାୱାସାକି ଏଚ୨ଆର କେବଳ ମିରର କୋଟେଡ ମେଟେ ସ୍ପାର୍କ ବ୍ଲାକ କଲରରେ ଭାରତୀୟ ବଜାରରେ ଉପଲବ୍ଧ ରହିଛି । ଏହାର ୯୯୮ ସିସି ଲିକ୍ୱିଡ କ୍ୁଲ୍ଡ, ୪ଷ୍ଟ୍ରୋକ ଇଞ୍ଜିନ ଲାଗିଛି । ଏହି ଇଞ୍ଜିନରୁ ୧୪,୦୦୦ ୀଜସରେ ୨୪୦ କେଡବ୍ଲୁର ପାୱାର ମିଳିଥାଏ ଓ ୧୨,୫୦୦ ଆରପିଏମରେ ୧୬୫ ଏନଏମର ଟାଙ୍କ ଜେନେରେଟ ହୋଇଥାଏ । ବାଇକର ଇଞ୍ଜିନ ସହ ୬ ସ୍ପିଡ ଟ୍ରାନ୍ସମିଶନ ମଧ୍ୟ ରହିଛି । ଏଥିରେ ଗୋଟିଏ ଥରରେ ୧୭ ଲିଟର ଫୁଏଲ ଭରି ହେବ ।