ନୂଆଦିଲ୍ଲୀ- ବିଶ୍ୱରେ ଅନେକ ଧର୍ମ ରହିଛି । ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଧର୍ମର ଲୋକ ଅଧିକ ସଂଖ୍ୟାରେ ରହିଥାନ୍ତି । ଯେଉଁ ଦେଶରେ ଯେଉଁ ଧର୍ମର ଲୋକ ଅଧିକ ଥାଆନ୍ତି, ସେମାନଙ୍କୁ ନେଇ ସେହି ଦେଶର ପରିଚୟ । ତେବେ ସାରା ଦୁନିଆରେ ଗୋଟିଏ ଧର୍ମ ପ୍ରତି ଅଧିକ ଲୋକ ଆକୃଷ୍ଟ ହେଉଛନ୍ତି ।
ସମ୍ପ୍ରତ୍ତି ଇସଲାମ ଧର୍ମ ପ୍ରତି ଅଧିକରୁ ଅଧିକ ଲୋକ ଆକୃଷ୍ଟ ହେଉଥିବା ଏକ ରିପୋର୍ଟରୁ ଜଣାପଡିଛି । ରିପୋର୍ଟ ମୁତାବକ, ବ୍ରିଟେନରେ ପ୍ରିତିବର୍ଷ ପ୍ରାୟ ୬ ହଜାର ଲୋକ ଇସ୍ଲାମ ଧର୍ମକୁ ଆପଣଉଛନ୍ତି । ବ୍ରିଟେନରେ ଇସଲାମକୁ ଆପଣାଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକ ମହିଳା ରହିଥିଲେ । ଦ ହମ୍ପିଙ୍ଗଟନ ପୋଷ୍ଟ ମୁତାବକ, ପ୍ରତି ବର୍ଷ ପ୍ରାୟ ୨୦ହଜାର ଆମେରିକାରେ ଅନ୍ୟ ଧର୍ମରୁ ଇସଲାମକୁ କନଭର୍ଟ ହେଉଛନ୍ତି । ପ୍ୟୁ ରିସର୍ଚ୍ଚ ମୁତାବକ, ଅନ୍ୟ ଧର୍ମ ବିପରିତ ଆମେରିକାରେ ଅନ୍ୟ ଧର୍ମ ଛାଡି ଇସଲାମ ଆପଣାଉଥିବା ଲୋକଙ୍କ ସଂଖ୍ୟା ଇସଲାମ ଛାଡୁଥିବା ଲୋକଙ୍କ ସଂଖ୍ୟା ସହ ପ୍ରାୟ ସମାନ ରହୁଛି ।
ପ୍ୟୁ ରିସର୍ଚ୍ଚ ମୁତାବକ, ମୁସଲମାନଙ୍କ ସଂଖ୍ୟା ଅଣ ମୁସଲମାନଙ୍କ ତୁଳନାରେ ଦ୍ୱିଗୁଣ ବୃଦ୍ଧି ପାଇଛି । ୨୦୩୦ ହେଉ ହେଉ ଏହି ସଂଖ୍ୟା ୧.୫ ପ୍ରତିଶତ ଗ୍ରୋଥ ରେଟ ସହ ବୃଦ୍ଧି ପାଇବ । ତେବେ ତା ପର ଦୁଇ ଦଶନ୍ଧିରେ ମୁସଲମାନ ଜନସଂଖ୍ୟାର ଅଭିବୃଦ୍ଧି ହାର ଦୁଇ ଦଶକ ତୁଳନାରେ ହ୍ରାସ ପାଇବ । ୧୯୯୦ରୁ ୨୦୧୦ ମଧ୍ୟରେ ବିଶ୍ୱ ମୁସଲମାନ ଜନସଂଖ୍ୟା ୨.୨ପ୍ରତିଶତରେ ବାର୍ଷିକ ବଢିଛି । ୨୦୧୦ରୁ ୩୦ ମଧ୍ୟରେ ଏହା ୧.୫ ପ୍ରତିଶତ ରହିବ ବୋଲି ରିସର୍ଚ୍ଚ ରିପୋର୍ଟ କହୁଛି ।
ପ୍ୟୁ’ର ‘ଦ ଫ୍ୟୁଚର ଅଫ ୱାର୍ଡ ରିଜନ୍’ ଅଧ୍ୟୟନରୁ ଜଣାପଡିଛି କି, ୨୦୫୦ଯାଏଁ ଇସଲାମ ଦୁନିଆରେ ସବୁଠାରୁ ଅଧିକ ଗୃହିତ ହୋଇଥିବା ଧର୍ମ ହୋଇଯିବ । ଅନ୍ୟପଟେ ପ୍ୟୁର ଡାଟା କହୁଛି କି, ବିଶ୍ୱର ଏକ ପ୍ରାନ୍ତରେ ଏହି ଧର୍ମର ଜନସଂଖ୍ୟା ୯ ପ୍ରତିଶତ ହ୍ରାସ ପାଇବ । ଏଠାରେ ୨୦୧୦ରେ ମୁସଲମାନଙ୍କ ଜନସଂଖ୍ୟା ୬୧.୭ ପ୍ରତିଶତ ଥିଲା, ଯାହା ୨୦୫୦ରେ ୫୨.୮ ପ୍ରିତିଶତ ହୋଇଯିବ । ୟୁରୋପରେ ମୁସଲମାନଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିବ । ଏହା ବ୍ୟତୀତ ୨୦୫୦ରେ ମୁସଲମାନ ଜନସଂଖ୍ୟା ୨.୭ ରହିବ ବୋଲି ରିସର୍ଚ୍ଚରେ ଆକଳନ କରାଯାଇଛି, ଯାହା ୨୦୫୦ରେ ଥିଲା ।