fbpx

ଗୁଗୁଲ୍, ଫେସବୁକ୍, ଇନଷ୍ଟାଗ୍ରାମ ନା ୟୁଟ୍ୟୁବ୍ … ଜାଣନ୍ତୁ ଦୁନିଆରେ ସବୁଠାରୁ ଅଧିକ କ’ଣ ବ୍ୟବହାର କରୁଛନ୍ତି ଲୋକ?

ନୂଆଦିଲ୍ଲୀ: ସମସ୍ତେ ନିଜ ଫୋନରେ ଗୁଗୁଲ୍, ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍ ପରି ୱେବସାଇଟ୍ ବ୍ୟବହାର କରନ୍ତି । ଯଦି ଆପଣ ନିଜ ସ୍କ୍ରିନ ସମୟକୁ ଦେଖିବେ, ତେବେ ବୁଝିପାରିବେ ଯେ ଆପଣ ଇଣ୍ଟରନେଟରେ ଏହି ସମସ୍ତ ୱେବସାଇଟରେ ଅଧିକ ସମୟ ବିତାଇଛନ୍ତି ।

କିନ୍ତୁ ଯଦି ଆପଣଙ୍କୁ ପଚରାଯାଏ ଏହି ଚାରୋଟି ୱେବସାଇଟ୍ ମଧ୍ୟରୁ କେଉଁଟି ଅଧିକ ଚଲାଉଛ… ତେବେ ବୋଧହୁଏ ଆପଣ କହିପାରିବେ ନାହିଁ । ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ କହିବୁ ଦୁନିଆର କେଉଁ ୱେବସାଇଟ୍ ବ୍ୟବହାରକାରୀଙ୍କ ଦ୍ୱାରା ଅଧିକ ୟୁଜ୍ କରାଯାଏ ଏବଂ ଏହି ୱେବସାଇଟ୍ ଟ୍ରାଫିକ୍ ସର୍ବାଧିକ ।

୧୦ ନମ୍ବରରେ ଅଛି ହ୍ୱାଟ୍ସଆପ୍ :-

ଯଦି ଆମେ ଚଳିତ ବର୍ଷ ଫେବୃଆରୀ ମାସ ଉପରେ ଆଧାରିତ ଏକ ରିପୋର୍ଟକୁ ଦେଖିବା, ତେବେ ହ୍ୱାଟ୍ସଆପ୍ ଭିଜିଟ୍ କରିଥିବା ୟୁଜର୍ସଙ୍କ ମାମଲାରେ ୧୦ ନମ୍ବରରେ ରହିଛି । ଯଦିଓ ଲୋକମାନେ ହ୍ୱାଟ୍ସଆପରେ ବହୁତ ସମୟ ବିତାଉଛନ୍ତି, କିନ୍ତୁ ର଼୍ୟାଙ୍କିଙ୍ଗରେ ଏହା ଦଶମ ସ୍ଥାନରେ ଅଛି । ତେବେ ଫେବୃଆରୀ ୨୦୨୪ ମାସରେ ୱେବସାଇଟ୍ ସର୍ଚ୍ଚ ଏବଂ ଭିଜିଟିଂର ଡାଟା ୱାଲ୍ଡ ଅଫ୍ ଷ୍ଟାଟିଷ୍ଟିକ୍ସ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି ।

ଏଠାରେ ଦିଆଯାଇଥିବା ସୂଚନା ଅନୁଯାୟୀ, ହ୍ୱାଟ୍ସଆପ୍ ଦଶମ ସ୍ଥାନ ହାସଲ କରିଥିବାବେଳେ ଚାକିରି ଏବଂ ଅନ୍ୟାନ୍ୟ ଜିନିଷ ପାଇଁ ପ୍ରସ୍ତୁତ ଲିଙ୍କଡଇନ୍ ୧୯ ତମ ସ୍ଥାନ ହାସଲ କରିଛି । ବିଶ୍ୱରେ ସକ୍ରିୟ ଥିବା ଏବଂ ଭାରତରେ ନିଷେଧ ହୋଇଥିବା ଟିକଟକ ୧୪ ତମ ସ୍ଥାନରେ ରହିଛି । ଇ-ବାଣିଜ୍ୟ ଅଧୀନରେ ଆମାଜନ କମ୍ପାନୀର ୱେବସାଇଟ୍, ଯାହା ପ୍ରତ୍ୟେକ ଘରକୁ ସାମଗ୍ରୀ ଡେଲିଭରୀ କରେ, ତାହା ଦ୍ୱାଦଶ ସ୍ଥାନ ହାସଲ କରିଛି । ୟାହୁ ଅଷ୍ଟମ ସ୍ଥାନ, ଉଇକିପିଡ଼ିଆ ସପ୍ତମ ସ୍ଥାନ, ଟ୍ୱିଟର ପଞ୍ଚମ ସ୍ଥାନ ପାଇଛି ।

ଟପ୍ ୫ରେ ପାଞ୍ଚଟି ୱେବସାଇଟ୍ :-

ସମଗ୍ର ବିଶ୍ୱର ସର୍ବାଧିକ ୱେବସାଇଟ୍ ଭିଜିଟିଂ କରୁଥିବା ଲୋକଙ୍କ ସଂଖ୍ୟାରେ ଠଟ୍ ୫ ଆପ୍ଲିକେସନ୍ ସାମିଲ କରାଯାଇଛି । ପାଞ୍ଚ ନମ୍ବରରେ ଟ୍ୱିଟର ଅଛି ଯାହା ବର୍ତ୍ତମାନ ‘ଏକ୍ସ’ ଭାବରେ ଜଣାଶୁଣା । ଚତୁର୍ଥ ନମ୍ବରରେ ରିଲ୍ ତିଆରି ଆପ୍ ଇନଷ୍ଟାଗ୍ରାମ । ଫେସବୁକ ତୃତୀୟ ସ୍ଥାନରେ ନିଜର ସ୍ଥିତି ବଜାୟ ରଖିଛି । ଏହାସଂ ୟୁଟ୍ୟୁବ୍ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ସର୍ବାଧିକ ଭିଜିଟିଂ ୱେବସାଇଟ୍ ହେଉଛି ଗୁଗୁଲ୍ ।

Get real time updates directly on you device, subscribe now.