fbpx

ଭାରତର ମୋଷ୍ଟ ୱାଣ୍ଟେଡ ଟାଇଗର ମେନନକୁ ନେଇ ଆସିଲା ବଡ଼ ଅପଡେଟ୍: ୩୦ ବର୍ଷ ପରେ ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ: ଭାରତରେ ଘଟିଥିବା ବହୁ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡ଼ିତ ଥିବା ଆତଙ୍କବାଦୀଙ୍କୁ ପାକିସ୍ତାନ ଶରଣ ଦେଉଛି । ତେବେ ଏହା ମଧ୍ୟରେ ଭାରତର ଏକ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀକୁ ନେଇ ଆସିଛି ଏକ ବଡ଼ ଖବର । ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଟାଇଗର ମେନନର ଫଟୋ ୩୦ ବର୍ଷ ପରେ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ୧୯୯୩ ମସିହାରେ ଘଟିଥିବା ମୁମ୍ବାଇ ସିରିୟଲ ବମ୍ ବ୍ଲାଷ୍ଟର ଅନ୍ୟତମ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଟାଇଗର ମେନନକୁ ନେଇ ଆସିଛି ଏକ ବଡ଼ ଖବର । ଟାଇଗର ପାକିସ୍ତାନର କରାଚୀର ଯେଉଁ ସ୍ଥାନରେ ରହୁଛି ତା’ର ଠିକଣା ସମ୍ପର୍କରେ ତଥ୍ୟ ମିଳିଛି । ସେ ଡିଫେନ୍ସ ଏରିଆରେ ଏକ ଆଲିଶାନ ବଙ୍ଗଳାରେ ରହୁଛି । ଉକ୍ତ ବଙ୍ଗଳା ଚାରିପଟରୁ କଡ଼ା ସୁରକ୍ଷା ଘେରରେ ରହିଥିବା ବେଳେ ସମଗ୍ର ଅଞ୍ଚଳକୁ ସିସିଟିଭି ନଜର ରଖୁଥିବା ଜଣପଡ଼ିଛି ।

ଟାଇଗର ମେନନର ପ୍ରକୃତ ନାମ ଇବ୍ରାହିମ ମେନନ ହୋଇଥିବା ବେଳେ ଅଣ୍ଡରୱାର୍ଲ୍ଡ ଦୁନିଆରେ ପାଦ ଦେବା ପରେ ତା’ର ନାମ ଇବ୍ରାହିବରୁ ଟାଇଗର ରଖାଯାଇଥିଲା । ତା’ର ପରିବାର ମୁମ୍ବାଇରେ ରହୁଥିବା ବେଳେ ପରିବାରର ମୁଖିଆ ଅବଦୁଲ ରଜାକ ମେନନ ଥିଲେ, ଯେ କି ଜଣେ ବ୍ୟବସାୟୀ ଥିଲେ । ଅବଦୁଲ ନିଜର ପତ୍ନୀ ହନୀଫା ଓ ୬ ଜଣ ପୁଅଙ୍କ ସହିତ ମୁମ୍ବାଇର ଭିଣ୍ଡି ବଜାର ଅଞ୍ଚଳରେ ରହୁଥିଲେ । ୮୦ ଦଶକରେ ପରିବାରର ସବୁଠାରୁ କନିଷ୍ଠ ପୁତ୍ର ଇବ୍ରାହିମ ଓରଫ ଟାଇଗର ମେନନ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ ସମ୍ପର୍କରେ ଆସିଥିଲା ଓ କଳା ସାମ୍ରାଜ୍ୟରେ ପାଦ ଦେଇଥିଲା ।

Get real time updates directly on you device, subscribe now.