fbpx

ପ୍ରେମିକ ସହ ଫେରାର ହେଲା ଝିଅ, ଫେସବୁକରେ ବିବାହ ଫଟୋ ଦେଖି ଆତ୍ମହତ୍ୟା କଲା ମା’

ଢେଙ୍କାନାଳ (ଭାସ୍କର ନ୍ୟୁଜ): ଝିଅ ଫେରାର ହୋଇ ନିଜ ଇଚ୍ଛାରେ ବିବାହ କରିବାରୁ ମାଆ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ବାଲିବୋ ରଗଡା ସାହି ବାସିନ୍ଦା ଧବଲେଶ୍ୱର ନାୟକଙ୍କ ସ୍ତ୍ରୀ କୁନି ନାୟକ(୪୭)ଙ୍କ ପରିବାର ଲୋକ ଭୁବନ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ଡାକ୍ତର ତାଙ୍କୁ ଚିକିତ୍ସା କରିବା ପୂର୍ବରୁ କୁନି ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଧବଳେଶ୍ୱରଙ୍କର ଦୁଇଟି ଝିଅ । ବଡ ଝିଅ କୋରାପୁଟରେ ରହି ପାଠ ପଠୁଥିଲେ । ଅନ୍ୟ ଜଣେ ଯୁବକଙ୍କ ସହିତ ଫେରାର ହୋଇଯାଇଥିଲେ ଗତ ଆଠଦିନ ପୂର୍ବରୁ । ବୁଧବାର ଫେସବୁକରେ ଝିଅର ବିବାହ ଫଟୋ ଦେଖିବା ପରେ ମା କୋହ ସମ୍ଭାଳି ପାରିନଥିଲେ । ଘର ଲୋକ ବହୁ ବୁଝାବୁଝି କରିବା ପରେ ମଧ୍ୟ ବୁଝିନଥିଲେ । ଅପରାହ୍ନ ପ୍ରାୟ ୪ଟା ସମୟରେ ଘରେ ରସି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ସୂତ୍ରରୁ ପ୍ରକାଶ । ତେବେ ଭୁବନ ଡାକ୍ତରଖାନା ପକ୍ଷରୁ ଏନେଇ ପୋଲିସକୁ ଖବର ଦିଆଯାଇଛି ।

Get real time updates directly on you device, subscribe now.