ପୋଖରୀରେ ବୁଡି ମା’ ଓ 5 ମାସର ଶିଶୁକନ୍ୟା ମୃତ

ମାଲକାନଗିରି: ପୋଖରୀରେ ବୁଡ଼ିଗଲେ ମା’ ଓ 5 ମାସର ଶିଶୁକନ୍ୟା। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି
ମାଲକାନଗିରିର ମାଥିଲିରେ।

ସକାଳେ ଗାଧୋଇବାକୁ ଯାଇଥିବାବେଳେ ମା’ ଓ ଶିଶୁକନ୍ୟା ବୁଡ଼ିଯାଇଥିଲେ। ଯାହାଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

ସଂଧ୍ୟାରେ ପୋଖରୀରେ ମୃତଦେହ ଭାସିବା ଦେଖି ଲୋକେ ସେହି ମୃତଦେହକୁ ଉଦ୍ଧାର କରିଥିଲେ। ଏହି ଘଟଣା ପରେ ଧଉଡ଼ାଗୁଡ଼ା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।