fbpx

(Video) ମା’ ଝିଅ ଉପରେ ଡମ୍ପର ଚଢ଼ାଇ ହତ୍ୟା ଘଟଣା: ଭଉଣୀ କହିଲେ ‘ପୂରା କାହାଣୀ’

ଯାଜପୁର(ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲା ଜେନାପୁର ଥାନା ବରଡ଼ା ଛକରେ ଗୁରୁବାର ଦିନ ଡମ୍ପର ଚଢ଼ିଯିବାରୁ ମା’ ଝିଅଙ୍କ ମୃତ୍ୟୁ ହୋଇଥିଲା, ଯେଉଁ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ୍ । ଏହା ଦୁର୍ଘଟଣା ନୁହେଁ ବରଂ ପ୍ରତିଶୋଧଜନିତ ହତ୍ୟା ବୋଲି ଜଣାପଡିଛି । ବୁଧବାର ସନ୍ଧ୍ୟା ୬ଟାରେ ଘଟିଥିବା ଏହି ଘଟଣା ଏକ ନରହତ୍ୟା ବୋଲି ଯାଜପୁର ଏସପି କହିଛନ୍ତି । ଘଟଣାକୁ ନେଇ ‘ପୂରା କାହାଣୀ’ କହିଛନ୍ତି ମୃତ ଶ୍ରୀତିକାଙ୍କ ଝିଅ ମୋନାଲିସା ।

ତାଙ୍କ କହିବା ମୁତାବକ, ମାଆ ଓ ଭଉଣୀଙ୍କ ସହ ମୋନାଲିସା କେନ୍ଦ୍ରାପଡ଼ା ଯାଇଥିଲେ । ଶୁଦ୍ଧକ୍ରିୟା ସାରି ମାଆ ଓ ଭଉଣୀ ଏକାଠି ଫେରିଥିଲେ । ଦୁର୍ଘଟଣା ପରେ ଜଣେ ଅଜଣା ବ୍ୟକ୍ତି ଫୋନରେ ମୃତ୍ୟୁ ଖବର ଦେଇଥିଲେ । ଭଉଣୀ ଖୁବ ସାହସୀ ଥିଲେ । ମାଆ ଓ ଭଉଣୀ ରୋଜଗାରରେ ପାଠ ପଢ଼ୁଥିଲି । ଏହା ସହ ଅଭିଯୁକ୍ତ ଡ୍ରାଇଭରକୁ ଫାଶୀ ଦଣ୍ଡ ଦାବି କରିଛନ୍ତି ମୋନାଲିସା । ତେବେ ଫିଲ୍ମର ଭୟାନକ କାହାଣୀ ଭଳି ଯାଜପୁର ଜିଲ୍ଲା ଜେନାପୁର ଥାନା ବରଡ଼ା ଛକ ନିକଟରେ ସତ କାହାଣୀ ଘଟିଛି । କ୍ଷଣିକ ରାଗ କେତେ ବିଭତ୍ସ ହୋଇପାରେ, ମଣିଷକୁ କିପରି ନରହନ୍ତା ବନାଇଦିଏ, ତାହା ହିଁ ଦେଖିବାକୁ ମିଳିଛି। ପ୍ରତିଶୋଧ ପାଇଁ ହତ୍ୟାକାଣ୍ଡ ଘଟାଇବା ଦୁର୍ଘଟଣାର ରୂପ ଦେବାକୁ ଷଡ଼ଯନ୍ତ୍ର କରିଥିଲା ଡମ୍ପର ଡ୍ରାଇଭର ।

ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ଛକରେ ଘଟିଥିବା ଦୁର୍ଘଟଣା ହେଉଛି ହତ୍ୟାପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର। ଡମ୍ପର ଚପାଇ ସୁକିନ୍ଦା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତିୀଙ୍କ ୪୭ ବର୍ଷିୟା ପତ୍ନୀ ଶ୍ରୀତିକା ଚକ୍ରବର୍ତ୍ତି ଏବଂ ୨୪ ବର୍ଷିୟା ଝିଅ ଲିପିକା ଚକ୍ରବର୍ତ୍ତିଙ୍କୁ ହତ୍ୟା କରାଯାଇଛି । ବାପାଙ୍କ ଶୁଦ୍ଧି କ୍ରିୟା ସାରି ଶୋକସନ୍ତପ୍ତ ଅବସ୍ଥାରେ ଘରକୁ ଘେରୁଥିବାବେଳେ ଶ୍ରୀତିକା ଓ ଶ୍ରୀତିକାଙ୍କ ଝିଅ ଲିପିକାଙ୍କୁ ଡମ୍ପର ମଡ଼ାଇ ବରଡ଼ା ଛକରେ ମାରିଦିଆଯାଇଛି। ପୋଲିସ ଏନେଇ ନିଜ ଆଡୁ ହତ୍ୟା ମାମଲା ରୁଜୁ କରିବା ପରେ ସାମ୍ନାକୁ ଆସିଛି ସତ। ଏପରିକି ଶ୍ରୀତିକାଙ୍କ ଭାଇ ବି ଥାନାରେ ଏତଲା ଦେଇଛନ୍ତି।

ଅଭିଯୁକ୍ତ ଟ୍ରକ ଡ୍ରାଇଭରଙ୍କ ଯାହାଙ୍କ ନାଁ ଅମର ସ୍ୱାଇଁ। ଘର ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ତୋଟାକଣ ଗାଁରେ। ମିଳିଥିବା ସୂଚନା ଅନୁଯାୟୀ, ସଂଧ୍ୟା ପ୍ରାୟ ସାଢ଼େ ୫ଟାରେ ବାପାଙ୍କ ଶୁଦ୍ଧିକ୍ରିୟା ପରେ କେନ୍ଦ୍ରାପଡ଼ା ଜିଲ୍ଲା ରାମନଗର ଗାଁରୁ ଝିଅ ଲିପିକାଙ୍କ ସହ ସ୍କୁଟରରେ ଘରକୁ ଫେରୁଥିଲେ ଶ୍ରୀତିକା। ତେବେ ଏନଏଚ୍ ୫୩ ଆରୁହା ଛକରେ ସାଇଡ ମରାକୁ ନେଇ ଡ୍ରାଇଭର ଅମର ସ୍ୱାଇଁ ସହ ଶ୍ରୀତିକା ଓ ଲିପିକା ପାଟିତୁଣ୍ଡ କରିଥିଲେ। ପରେ ସ୍ଥାନୀୟ ଲୋକେ ବୁଝାସୁଝା କରିବା ପରେ ଗାଁ ଅଭିମୁଖେ ଉଭୟେ ବାହାରିଥିଲେ। ହେଲେ ଏହାର କିଛି ସମୟ ପରେ ଡ୍ରାଇଭରକୁ ମଧ୍ୟ ଛାଡ଼ି ଦିଆଯାଇଥିଲା। ଏହି ଘଟଣାର ଅପମାନିତ ହୋଇ କ୍ରୋଧରେ ଡ୍ରାଇଭର ଅମର ଦ୍ରୁତଗତିରେ ଡମ୍ପର ନେଇ ମା’ ଝିଅଙ୍କୁ ପୁଣି ପିଛା କରିଥିଲା। ଆଉ ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକରେ ମା’ ଝିଅଙ୍କୁ ଉପରେ ଗାଡ଼ି ଚଢ଼ାଇ ଦେଇଥିଲା। ଏହାସହ ଡମ୍ପରଟି ମଧ୍ୟ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଥିଲା।

Get real time updates directly on you device, subscribe now.