fbpx

ସୋସିଆଲ ମିଡିଆରେ ସୁନ୍ଦର ଫଟୋ ସେୟାର କଲେ ଆଇଏଏସ୍ (IAS) ଟିନା ଡାବି: ଫ୍ୟାନ୍ସଙ୍କୁ ପଚାରିଲେ ଏହି ପ୍ରଶ୍ନ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଥିବା ଆଇଏଏସ୍ (IAS) ଟିନା ଡାବି ବର୍ତ୍ତମାନ ରାଜସ୍ଥାନର ଜେସଲମେରରେ କାର୍ଯ୍ୟରତ ଅଛନ୍ତି । ସେ ନିଜର ଇଷ୍ଟାଗ୍ରାମ ପୋଷ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ଇଷ୍ଟାଗ୍ରାମରେ ୧୬ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ତେବେ ଆଇଏଏସ୍ ଟିନା ଡାବି ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ଜେସଲମେରର କିଛି ସୁନ୍ଦର ଫଟୋ ସେୟାର କରି ଫ୍ୟାନ୍ସମାନଙ୍କୁ ପ୍ରଶ୍ନ ପଚାରିଛନ୍ତି । ଏହା ଏକ ମରୁଭୂମୀ ବୋଲି କେହି ବିଶ୍ୱାସ କରି ପାରୁଛନ୍ତି କି ? ଏହାପରେ ଫ୍ୟାନ୍ସମାନେ ତାଙ୍କର ସେହି ପୋଷ୍ଟ ଉପରେ ମଜାଦାର କମେଣ୍ଟ ଦେବା ଆରମ୍ଭ କରିଛନ୍ତି ।

Thumbnail image

ଆଇଏଏସ୍ ଟିନା ଡାବି ବର୍ତ୍ତମାନ ରାଜସ୍ଥାନର ଜେସଲମେର ଜିଲ୍ଲାର କଲେକ୍ଟର ଅଛନ୍ତି । ସେ ପୂର୍ବ ମାସ ଏଠାରେ କାର୍ଯ୍ୟଭାର ସମ୍ଭାଳିଥିଲେ । ତେବେ ସେ ତାଙ୍କର ଏହି ନୂଆ ପୋଷ୍ଟିଙ୍ଗ ବିଷୟରେ କହିବା ସହ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ । ବର୍ତ୍ତମାନ ଟିନା ଜେସଲମେର କିଛି ଫଟୋ ପୁଣି ତାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିସହ କ୍ୟାପସନରେ ଲେଖିଛନ୍ତି କେହି ବିଶ୍ୱାସ କରୁଛନ୍ତି ଏହା ମରୁଭୂମୀ ବୋଲି ?  ତେବେ ତାଙ୍କର ଏହି ଫଟୋ ଉପରେ ଫ୍ୟାନ୍ସମାନଙ୍କର ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ଟିନା ଡାବି ୨୦୧୬ ମସିହାର ଆଇଏଏସ ଅଧିକାରୀ । ସେ ଚଳିତ ବର୍ଷ ୨୦୧୩ର ଆଇଏଏସ ଅଫିସର ପ୍ରଦୀପ ଗୱାଡେଙ୍କୁ ବିବାହ କରିଛନ୍ତି ।

Get real time updates directly on you device, subscribe now.