ବିଦ୍ୟୁତ ନେଇଗଲା ଜୀବନ, ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ମାଆ-ପୁଅ

ମଦନପୁର ରାମପୁର ଥାନା ଟୁର୍ଚ୍ଚି ଗାଁରେ ଅଭାବନୀୟ ଘଟଣା ।

ଭୁବନେଶ୍ବର: କରେଣ୍ଟ ଲାଗି ଚାଲିଗଲା ମାଆପୁଅଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଭବାନୀପାଟଣାରୁ ।

ମଦନପୁର ରାମପୁର ଥାନା ଟୁର୍ଚ୍ଚି ଗାଁରେ ଅଭାବନୀୟ ଘଟଣା ଘଟିଛି । କପଡ଼ା ଶୁଖାଉଥିବା ବେଳେ ମାଆକୁ ପ୍ରଥମେ କରେଣ୍ଟ ଲାଗିଥିଲା । ମାଆକୁ ବଞ୍ଚାଇବାକୁ ଯାଇ ୩୦ ବର୍ଷୀୟ ପୁଅର ବି ମୃତ୍ୟୁ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଖବର ଅନୁସାରେ, ଟୁର୍ଚ୍ଚି ଗାଁରେ ମଗସିର ସୁନାଙ୍କ ପତ୍ନୀ ସୁନାଫୁଲ ସୁନା ଓଦା କପଡ଼ା ଶୁଖେଇବାକୁ ଯାଇଥିଲେ । ହେଲେ ହଠାତ୍ ବିଦ୍ୟୁତ ସଂଯୋଗରେ ଆସିଥିଲେ ।

ମା’ଙ୍କୁ ଏଭଳି ଅବସ୍ଥାରେ ଦେଖି ଜୀବନ ବଞ୍ଚାଇବାକୁ ପୁଅ ରବି ସୁନା ଦୌଡି ଯାଇଥିଲେ । ସେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହେଇଥିଲେ ।

ଘଟଣାସ୍ଥଳରେ ହିଁ ମା’-ପୁଅଙ୍କ ମୃତ୍ୟୁ ହୋଇଥିଲା । ଅକାଳରେ ମାଆ ଆରପାରିକୁ ଚାଲିଯିବାରୁ ଏହାକୁ କେହି ସଜରେ ଗ୍ରହଣ କରିପାରୁ ନାହାନ୍ତି ।