fbpx

ସମ୍ବଲପୁରରେ ଚାଞ୍ଚଲ୍ୟ: ମାଆ ଓ ଦୁଇ ଛୁଆଙ୍କୁ ଜଘନ୍ୟ ହତ୍ୟା, ୫ ଦିନ ପର୍ଯ୍ୟନ୍ତ ଘରକୁ ତାଲା ପକାଇଲା କିଏ, ସନ୍ଦେହ ଘେରରେ ଜଣେ ଯୁବକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଆମ ସମାଜରେ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ଗୋଟିଏ ପରିବାରର ଏକାଧିକ ସଦସ୍ୟ ଗୋଟିଏ ଜୁଇରେ ଜଳିବା ସତରେ ଖୁବ୍ ଯନ୍ତ୍ରଣାଦାୟକ । ତେବେ ଏଭଳି ଏକ ବେଦନାଦାୟକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ । ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କୁ କେହି ଜଣେ ହତ୍ୟା କରିଛି । ଦୁଇ ଜଣ ଶିଶୁ ଓ ମାଆଙ୍କୁ କିଏ ଓ କାହିଁକି ଏପରି ହତ୍ୟା କଲା ତାହା ଏବେ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନା ମୁତାବକ, ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ମସଜିଦ ଗଳିରେ ଦେଖିବାକୁ ମିଳିଛି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ । ୨ ଜଣ ଛୁଆ ଓ ମାଆଙ୍କୁ ଏକ ଧାରୁଆ ଅସ୍ତ୍ରରେ କେହି ଜଣେ ହତ୍ୟା କରିଛି । ପୋଲିସ ପ୍ରାଥମିକ ତଦନ୍ତ ସାରି ଘରକୁ ସିଲ କରିଦେଇଥିବା ବେଳେ ହତ୍ୟାର କାରଣ ଅସ୍ପଷ୍ଟ କରିଛି । ମୃତ ମହିଳାଙ୍କ ସ୍ୱାମୀ କୋଭିଡ୍ ସମୟରେ ମୃତ୍ୟୁବରଣ କରିଥିବା ବେଳେ ସେ ତାଙ୍କ ଘରେ ଦୀର୍ଘ ୧୫ ବର୍ଷରୁ ଅଧିକ ଧରି ରହି ଆସୁଥିଲେ । ତେବେ ମୃତ ମହିଳା ନିୟମିତ ତାଙ୍କର ଝିଅ ସହ କଥା ହେଉଥିବା ବେଳେ ଗତ ୬ ଦିନ ହେଲା ଝିଅ ତାଙ୍କର ଫୋନ ରିସିଭ୍ କରିନଥିଲେ । ତେଣୁ ଝିଅର କିଛି ଅସୁବିଧା ହୋଇଛି ଭାବି ସେ ଆସି ଦେଖନ୍ତି ତ ଘର ସାମ୍ନା ପଟକୁ ତାଲା ପଡ଼ିଥିଲା । ତେଣୁ ତାଙ୍କର ସନ୍ଦେହ ବଢ଼ିଥିଲା । ତେବେ ଏହା ମଧ୍ୟରେ ୪ ଦିନରୁ ଅଧିକ ସମୟ ବିତିଯାଇଥିବା ବେଳେ ଶବ ପଚିବା ସହିତ ଫୁଲି ଯାଇଛି । ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ତଥ୍ୟ ଓ ପ୍ରମାଣ ସଂଗ୍ରହ କରିଛି ।

ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ କହିଛନ୍ତି, ମହିଳା ଜଣଙ୍କ ଜଣେ ଯୁବକଙ୍କ ସହିତ ତାଙ୍କ ଘରେ ରହୁଥିଲେ । ମାତ୍ର ଗତ ୫ ଦିନ ହେଲା ଉକ୍ତ ଯୁବକଙ୍କର କୌଣସି ଖୋଜ ଖବର ନାହିଁ । ତେଣୁ ସେ ଏବେ ସନ୍ଦେହ ଘେରକୁ ଆସିଯାଇଛନ୍ତି । ପରିବାର ଉପର ମହଲାରେ ରହୁଥିବା ବେଳେ ତଳ ମହଲାରେ ଉତ୍ତରପ୍ରଦେଶର ଜଣେ ଯୁବକ ରହୁଥିଲେ । ସେ ସମ୍ବଲପୁରରେ ଘର ସିଲିଂ ବେପାର କରୁଥିଲେ । ତେବେ ଗତ କିଛିଦିନ ହେଲା ସଲମାନ କୁଆଡ଼େ ଗାଏବ୍ ହୋଇଯାଇଛନ୍ତି । ତେବେ ହତ୍ୟା ପରେ ଘରୁ ଟଙ୍କା ଓ ସୁନାଗହଣା ନେବାକୁ ପ୍ରୟାସ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.