fbpx

ଭିଆଇପି ମୋବାଇଲ୍ ନମ୍ବର ଚାହୁଁଛନ୍ତି କି? ଏହି କମ୍ପାନୀ ଦେଉଛି ଅଫର, ତୁରନ୍ତ ମିଳିବ ପସନ୍ଦ ଅନୁସାରେ ନମ୍ବର

ନୂଆଦିଲ୍ଲୀ: ଆପଣ ବହୁତ ଥର ଲୋକେ ଭିଆଇପି ନମ୍ବର ବ୍ୟବହାର କରୁଥିବାର ଦେଖିଥିବେ । ଯଦି ଆପଣ ନିଜ ପାଇଁ ଏକ ଭିଆଇପି ନମ୍ବର ଚାହୁଁଛନ୍ତି ତେବେ ଆପଣ ଏହାକୁ ଖୁବ ସହଜରେ ହାସଲ କରିପାରିବେ । ଏଥିପାଇଁ ଆପଣଙ୍କୁ ଅଧିକ କିଛି କରିବାକୁ ପଡିବ ନାହିଁ । ଜିଓ ଏବଂ ଭୋଡାଫୋନ ଆଇଡିଆ ପରି କମ୍ପାନି ଭିଆଇପି ନମ୍ବର ବ୍ୟବହାରକାରୀଙ୍କୁ ଫ୍ରୀରେ ଅଫର କରୁଛନ୍ତି । ଆଜି ଆପଣଙ୍କୁ ଆମେ ଭୋଡାଫୋନ ଆଇଡିଆର ଭିଆଇପି ନମ୍ବର କଥା କହିବାକୁ ଯାଉଛୁ ।

ଭିଆଇପି ନମ୍ବର ପାଇଁ ଆପଣଙ୍କୁ ସର୍ବପ୍ରଥମେ ଭିଆଇର ଅଫିସିଆଲ ୱେସସାଇଟକୁ ଯିବାକୁ ପଡିବ । ଏଠାରେ ଆପଣଙ୍କୁ ପ୍ରି ପେଡ ଏବଂ ପୋଷ୍ଟପେଡ ନମ୍ବରର ଅପ୍ସନ ମିଳିବ । ଆପଣ ଯେଉଁ କନେକ୍ସନ ଚାହୁଁଛନ୍ତି ଆପଣ ସେହି ଅପସନକୁ ସିଲେକ୍ଟ କରିବାକୁ ପଡିବ । ଏହାପରେ ଆପଣ ନିଜ ପିନ କୋଡ ଏବଂ ମୋବାଇଲ ନମ୍ବର ଏଣ୍ଟର କରିବାକୁ ପଡିବ । ଏହା କରିବା ମାତ୍ରେ କମ୍ପାନି ଆପଣଙ୍କ ଡେଲିଭରୀକୁ ନେଇ ନୋଟିଫାଏ କରିବ ।

ଏହାପରେ ଆପଣଙ୍କ ସ୍କ୍ରିନରେ ସିଲେକ୍ଟ ଭିଆଇପି ନମ୍ବରର ଅପସନ ଆସିଯିବ । ଏଠାରେ ମଧ୍ୟ ଆପଣଙ୍କୁ ଦୁଇଟି ଅପସନ ମିଳିବ । ଗୋଟେ ଫ୍ରୀ ଏବଂ ଅନ୍ୟଟି ପ୍ରିମିୟମ ମଧ୍ୟରୁ ଯେକୌଣସି ଅପସନ ଆପଣଙ୍କୁ ଚୟନ କରିବାକୁ ପଡିବ । ସର୍ବପ୍ରଥମେ ଆପଣଙ୍କୁ ତିନୋଟି ଡିଜିଟ ଏଣ୍ଟର କରିବାକୁ ପଡିବ । ଯାହାକୁ ଆପଣ ନିଜ ନମ୍ବରରେ ରଖିବାକୁ ଚାହୁଁଛନ୍ତି । ଏଣ୍ଟର କରିବା ପରେ ଆପଣଙ୍କ ସ୍କ୍ରିନ ଉପରେ ଫ୍ରୀ ଏବଂ ପ୍ରିମିୟମ ଦୁଇଟି ଅପସନ ଆସିବ । ଏଥିରେ ଆପଣଙ୍କୁ ଗୋଟଏ ନମ୍ବର ସିଲେକ୍ଟ କରିବାକୁ ପଡିବ । ଏହାପରେ ଆପଣଙ୍କ ଆଡ୍ରେସ ଦେବା ପାଇଁ ପଡିବ ଏବଂ ଶେଷରେ ଆସିଥିବା ଏକ ଓଟିପି ଉପରେ କ୍ଲିକ୍ କରିବାକୁ ପଡିବ ।

ଆପଣଙ୍କ ସ୍କ୍ରିନ ଉପରେ ବର୍ତ୍ତମାନ ଅର୍ଡର କରାଯାଇଥିବା ନମ୍ବର, ପ୍ଲାନର ଡିଟେଲ୍ସ ଏବଂ ଅନ୍ୟାନ୍ୟ ସୂଚନା ଦେଖାଯିବ । ଓଟିପି ସବମିଟ କରିବା ପରେ ହିଁ ଅର୍ଡର ହୋଇଯିବ ଏବଂ ସିମ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଦିଆଯାଇଥିବା ଆଡ୍ରେସରେ ଡେଲିଭରୀ ହୋଇଯିବ ।

Get real time updates directly on you device, subscribe now.