fbpx
BSKY SKY
BSKY SKY

ପାର୍ବଣ ଋତୁରେ ମହଙ୍ଗା ମାଡ଼: ଅମୂଲ ପରେ କ୍ଷୀର ଦାମ୍ ବଢ଼ାଇଲା ମଦର ଡାଏରୀ, ଜାଣନ୍ତୁ କେତେ ?

BSKY

ନୂଆଦିଲ୍ଲୀ: ଦେଶରେ ପାର୍ବଣ ଋତୁ ଚାଲିଥିବା ସାଧାରଣ ଲୋକଙ୍କୁ ଲାଗିଛି ବଡ଼ ଝଟକା । ଅମୂଲ ପରେ ମଦର ଡାଏରୀ ରବିବାରରୁ ଫୁଲ୍ କ୍ରିମ୍ ଏବଂ ଗାଈ କ୍ଷୀରର ଭାରିଏଣ୍ଟ ଉପରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । ଏକ ମଦର ଡାଏରୀର ଜଣେ ପ୍ରବକ୍ତା କହିଛନ୍ତି ଯେ, ଦୁଗ୍ଧ ଶିଳ୍ପରେ କଞ୍ଚା କ୍ଷୀରର ମୂଲ୍ୟରେ କ୍ରମାଗତ ବୃଦ୍ଧି ଘଟିଛି । ବିଭିନ୍ନ ଇନପୁଟ୍ ଖର୍ଚ୍ଚରେ ବହୁଗୁଣ ବୃଦ୍ଧି ଯୋଗୁଁ ଗତ ଦୁଇ ମାସରେ କିଲୋଗ୍ରାମ ପିଛା ପ୍ରାୟ ୩ ଟଙ୍କା ବୃଦ୍ଧି ଘଟିଛି ।

ମଦର ଡାଏରୀ ଦିଲ୍ଲୀ-ଏନସିଆରର ଏକ ପ୍ରମୁଖ ଯୋଗାଣକାରୀ ଏବଂ ପ୍ରତିଦିନ ପଲି ପ୍ୟାକ୍ ଏବଂ ଭେଣ୍ଡିଂ ମେସିନ୍ ମାଧ୍ୟମରେ ୩୦ ଲକ୍ଷ ଲିଟର କ୍ଷୀର ବିକ୍ରି କରିଥାଏ କମ୍ପାନୀ । ମଦର ଡାଏରୀ ବ୍ରାଣ୍ଡର ଫୁଲ୍ କ୍ରିମ୍ କ୍ଷୀରର ମୂଲ୍ୟ ବର୍ତ୍ତମାନ ଲିଟର ପିଛା ୬୧ ରୁ ୬୩ ଲିଟରକୁ ବୃଦ୍ଧି ପାଇବ । ଗାଈ କ୍ଷୀରର ମୂଲ୍ୟ ଲିଟର ପିଛା ୫୫ ଟଙ୍କା ହେବ । ଦିଲ୍ଲୀ-ଏନସିଆର ଏବଂ ଉତ୍ତର ଭାରତର ଅନ୍ୟ କେତେକ ବଜାର ପାଇଁ ମୂଲ୍ୟ ବୃଦ୍ଧି କରାଯାଇଛି ।

ଏହାପୂର୍ବରୁ ଅମୂଲ ବ୍ରାଣ୍ଡ ଅନ୍ତର୍ଗତ ଦୁଗ୍ଧଜାତ ଦ୍ରବ୍ୟର ଦର ବୃଦ୍ଧି ପାଇଛି। ଦିଲ୍ଲୀରେ କମ୍ପାନୀ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । ଫୁଲ୍ କ୍ରିମ୍ କ୍ଷୀର ବର୍ତ୍ତମାନ ୬୧ ବଦଳରେ ଲିଟର ପିଛା ୬୩ ଟଙ୍କା ହୋଇଛି। ଆଜିଠାରୁ ନୂଆ ମୂଲ୍ୟ କାର୍ଯ୍ୟକାରୀ ହୋଇଛି। ଏହାପୂର୍ବରୁ ଅଗଷ୍ଟ ୧୭ ରୁ ଅମୂଲ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା।

Get real time updates directly on you device, subscribe now.