fbpx
BSKY SKY
BSKY SKY

ରାସନ କାର୍ଡଧାରୀଙ୍କୁ ଝଟକା: ୨ କୋଟିରୁ ଅଧିକ କାର୍ଡକୁ ବାତିଲ କଲେ ସରକାର

BSKY

ନୂଆଦିଲ୍ଲୀ: ରାସନ କାର୍ଡଧାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏବେ ଦେଶରେ ମାଗଣା ରାସନର ସୁବିଧା ଯୋଗାଇ ଦିଆଯାଉଛି ଏବଂ ସରକାର ମଧ୍ୟ ଏହି ଯୋଜନାକୁ ଆସନ୍ତା ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି । ଗତ କିଛି ଦିନ ତଳେ ସଂସଦରେ ସରକାର କହିଥିଲେ ଯେ, ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ ଦେଶରେ ଡୁପ୍ଲିକେଟ୍, ଅଯୋଗ୍ୟ ଏବଂ ଫେକ୍ ୨ କୋଟି ୪୧ ଲକ୍ଷ ରାସନ କାର୍ଡ ବାତିଲ କରାଯାଇଛି । ମାଗଣା ରାସନ ଯୋଜନାରେ ଅନେକ ଅଯୋଗ୍ୟ ବ୍ୟକ୍ତି ଏହି ସୁବିଧା ସୁଯୋଗ ନେଇଥିଲେ ଏବଂ ବର୍ତ୍ତମାନ ରାଜ୍ୟ ସରକାର କାର୍ଡ ଯାଞ୍ଚ ଆରମ୍ଭ କରିଛନ୍ତି । ୟୁପି ସରକାର ମଧ୍ୟ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଉତ୍ତରପ୍ରଦେଶର ଖାଦ୍ୟ ଏବଂ ଯୋଗାଣ କମିଶନର ମାର୍କାଣ୍ଡେ ଶାହି ସମସ୍ତ କଲେକ୍ଟର ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖାଦ୍ୟ କମିଶନର ଅନିଲ କୁମାର ଦୁବେଙ୍କ ତରଫରୁ ଏହା କୁହାଯାଇଛି ଯେ, ହିତାଧିକାରୀମାନଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ସମୟ ସମୟରେ ବଦଳିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଅଯୋଗ୍ୟ ବ୍ୟକ୍ତିଙ୍କ ନାମକୁ ରାସନ କାର୍ଡରେ ଅନ୍ତର୍ଭୁକ୍ତ କରିବା ବିଷୟରେ ଅନେକ ସମୟରେ ଅଭିଯୋଗ ମିଳିବାରେ ଲାଗିଛି । ଅଯୋଗ୍ୟ କାର୍ଡଧାରୀଙ୍କ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ଅଧୀନରେ ଅଭିଯାନ ଚାଲିଛି । ଅନ୍ତୋଦୟ ଏବଂ ଯୋଗ୍ୟ ଗୃହସ୍ଥି ରାସନ କାର୍ଡଧାରୀଙ୍କ ଯାଞ୍ଚ ୩୦ ଦିନ ମଧ୍ୟରେ ଶେଷ ହେବ । ଅଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଯୋଗ୍ୟ ଲୋକଙ୍କୁ ରେସନ କାର୍ଡ ପ୍ରଦାନ କରାଯିବ ।

ତେବେ ୨୦୧୧ ଜନଗଣନା ଅନୁସାରେ, ସରକାରଙ୍କ ରାସନ କାର୍ଡ ତିଆରିର ଲକ୍ଷ୍ୟ ପୂରଣ ହୋଇଛି । ଏବେ ନୂଆ କାର୍ଡ ତିଆରି କରାଯାଉ ନାହିଁ । ଏପରି ପରିସ୍ଥିତିରେ ସରକାର କେବଳ ଆବଶ୍ୟକତା ଥିବା ଲୋକଙ୍କୁ ମାଗଣା ରାସନର ଫାଇଦା ଦେବାକୁ ଅଯୋଗ୍ୟଙ୍କ ନାଁ କାଟି ସେଠାରେ ଯୋଗ୍ୟ ହିତାଧିକାରୀଙ୍କ ନାଁ ଯୋଡିବାରେ ଲାଗିଛନ୍ତି । ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରୁ ଏହାର ଶୁଭାରମ୍ଭ ହୋଇସାରିଛି ।

Get real time updates directly on you device, subscribe now.