fbpx
BSKY
BJD YOUTH SKY
BJD MS SKY

ଭାରତରେ ‘ସ୍ପାଇଡର ମ୍ୟାନ’ର ଝଲକ୍: ଇଣ୍ଟରନେଟରେ ଭାଇରାଲ ହେଉଛି ଭିଡିଓ

ଇଣ୍ଟରନେଟ ଏବେ ଅନେକ ଲୋକଙ୍କୁ ପରିଚୟ ଦେବାରେ ଖୁବ ସାହାଯ୍ୟ କରୁଛି । ମାତ୍ର କେଇଟା ମୁହୂର୍ତ୍ତରେ ବା କେଇଟା ଦିନରେ ଯେ କେହି ବି ଭାଇରାଲ ହୋଇଯାଉଛି । ସୋସିଆଲ ମିଡିଆରେ ଏବେ ଏମିତି ଜଣେ ବ୍ୟକ୍ତି ଖୁବ ଚର୍ଚ୍ଚାରେ ରହିଛନ୍ତି । ତାଙ୍କୁ ଭାରତର ସ୍ପାଇଡର ମ୍ୟାନ ବୋଲି ମଧ୍ୟ ଆଖ୍ୟା ଦିଆସରିଛି । ଲୋକମାନେ ଏମିତି ବି କହିଛନ୍ତି ଯେ, ହଲିଉଡର ସ୍ପାଇଡର-ମ୍ୟାନ ପିଟର ପାର୍କର ଭାରତକୁ ଆସିଛନ୍ତି । ଏହାର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ଟ୍ରେନ ଭିତରେ ଏକ ଅଦ୍ଭୁତ କାରନାମା କରିଛନ୍ତି । ଟ୍ରେନ ଭିତରେ ଭିଡକୁ ଅତିକ୍ରମ କରିବା ପାଇଁ ଏକ ନିଆରା ପ୍ଲାନ କରିଛନ୍ତି । ଟ୍ରେନରେ ଲୋକମାନେ ଶୋଇଥିବା ବେଳେ ତାଙ୍କ ଉପର ବାଟ ଦେଇ ଅତିକ୍ରମ କରି ଚାଲି ଯାଇଛନ୍ତି ଏହି ଯୁବକ । ପ୍ରଫେସର ଏନଜିଏଲ ନାମକ ଏକ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି । ତେବେ ଏହାର କ୍ୟାପ୍ସନରେ ଲେଖାଯାଇଛି, ‘ସ୍ପାଇଡର-ମ୍ୟାନ ଇନ ଇଣ୍ଡିଆ’ । ଏହି ଭିଡିଓ ପୋଷ୍ଟ ଅପଲୋଡ ହେବାର ମାତ୍ର କେଇଟା ମୁହୂର୍ତ୍ତରେ ସାଢେ ୪ ଲକ୍ଷରୁ ଅଧିକ ଥର ଦେଖାସରିଲାଣି ।

ଭିଡିଓରେ ଦେଖାଯାଇଛି ଯେ, କିଛି ଲୋକ ଟ୍ରେନରେ ତଳେ ଶୋଇଛନ୍ତି । ଆଗକୁ ଯିବାକୁ ବାଟ ନଥିବାରୁ ଜଣେ ଯୁବକ ସେମାନଙ୍କ ଉପରେ ରେଲିଙ୍ଗ ଦ୍ୱାରା ଆଗେଇ ଯାଇଛନ୍ତି । ତେବେ ଏହାର ଏକ ଭିଡିଓ କରି କେହି ଜଣେ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଏହାପରେ ତାଙ୍କୁ ଭାରତର ସ୍ପାଇଡର ମ୍ୟାନ ବୋଲି ମଧ୍ୟ କୁହାଯାଉଛି । ତେବେ କିଛି ସମୟ ମଧ୍ୟରେ ସେ ଏବେ ସୋସିଆଲ ମିଡିଅରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.