fbpx

ଗୋଟିଏ ମଣ୍ଡପରେ ବିବାହ ବନ୍ଧନରେ ବାନ୍ଧିହେଲେ ମା ଓ ଝିଅ

ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ନଜରକୁ ଆସିଛି । ଗୋରଖପୁରରେ ମୁଖ୍ୟମନ୍ତ୍ରୀଙ୍କ ସାମୂହିକ ବିବାହ ଯୋଜନାରେ ଅଧୀନରେ ଜଣେ ୫୩ ବର୍ଷୀୟ ମା ତାଙ୍କର ୨୭ ବର୍ଷୀୟ କନ୍ୟାଙ୍କ ସହ ଏକାଠି ବିବାହ କରିଛନ୍ତି । ତେବେ ମହିଳାଙ୍କ ସ୍ୱାମୀ ୨୫ ବର୍ଷ ପୂର୍ବରୁ ପରଲୋକ ଗମନ କରିଛନ୍ତି ।

ମହିଳାଜଣକର ନାମ ହେଉଛି ବେଲୀ ଦେବୀ । ସେ ତାଙ୍କ ସ୍ୱାମୀଙ୍କ ଛୋଟ ଭାଇ(୫୫)ଙ୍କୁ ବିବାହ କରିଛନ୍ତି, ଯେ କି ପୂର୍ବରୁ ଅବିବାହିତ ଥିଲେ । ତେବେ ଏହି ସମାରୋହରେ ପ୍ରାୟ ୬୪ ଦମ୍ପତ୍ତି ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଜଣାପଡ଼ିଛି ।

ବେଲି ଦେବୀଙ୍କ କନ୍ୟାଙ୍କ ନାମ ଇନ୍ଦୁ । ସେ ମଧ୍ୟ ଏହି ସମାରୋହରେ ବିବାହ କରିଛନ୍ତି । ଏହି ବିବାହ ନେଇ ବେଲୀ ଦେବୀ କହିଛନ୍ତି ଯେ, ତାଙ୍କର ଦୁଇ ପୁତ୍ର ଓ ଦୁଇ କନ୍ୟା ପୂର୍ବରୁ ବିବାହ କରି ସାରିଛନ୍ତି । କନିଷ୍ଠ କନ୍ୟାର ବିବାହ ବେଳେ ସେ ନିଜେ ବିବାହ କରିବାକୁ ମନ ବଳାଇଥିଲେ । ଏହି ବିବାହରେ ସନ୍ତାନମାନେ ଖୁସି ଅଛନ୍ତି ବେଲି ଦେବୀ ପ୍ରକାଶ କରିଛନ୍ତି । ଏହି ଜନ ବିବାହ ଉତ୍ସବରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.