fbpx

ନବଜାତ ଶିଶୁକୁ ଟଏଲେଟରେ ଫ୍ଲସ୍ କରିଦେଲା ମାଆ! ଏପରି ହେଲା ପୂରା ଘଟଣାକ୍ରମର ଖୁଲାସା

ନୂଆଦିଲ୍ଲୀ: କେରଳର କୋଚିରୁ ଏକ ହୃଦୟଥରା ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ଦୁଷ୍କର୍ମ ପୀଡ଼ିତା ସମୟ ପୂର୍ବରୁ ଜନ୍ମ ହୋଇଥିବା ଛୁଆକୁ କମୋଡରେ ପକାଇ ଫ୍ଲସ୍ କରିଦେଇଥିବା ଜଣାପଡ଼ିଛି । ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଯୁବତୀ ଜଣକ ଗୋଟିଏ ପ୍ରାଇଭେଟ୍ ହସ୍ପିଟାଲର ଟଏଲେଟ୍ ରେ ଫ୍ଲସ୍ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ୨୦ ବର୍ଷର ଜଣେ ଅଭିଯୁକ୍ତ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଥିଲା । ଯାହା ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ । ଏହି ଘଟଣାର ଖୁଲାସା ସେତେବେଳେ ହେଲା ଯେଉଁ ସମୟରେ ପୀଡିତା ଜଣକ ନିଜର ଚେକ୍ ଅପ୍ ପାଇଁ ନିଜ ମାଆଙ୍କ ସହିତ ଏକ ପ୍ରାଇଭେଟ୍ ହସ୍ପିଟାଲକୁ ଆସିଥିଲେ । ଏହି ସମୟରେ ଯେତେବେଳେ ସେ ଟଏଲେଟ୍ ଯାଇଥିଲେ ଛୁଆ ଟି ଜନ୍ମ ହୋଇଯାଇଥିଲା । ଏହାପରେ ସେ ହସ୍ପିଟାଲ ଷ୍ଟାଫ୍ ଙ୍କୁ ଜଣାଇବା ପରିବର୍ତ୍ତେ ଟଏଲେଟ୍ ରେ ହିଁ ନବଜାତକୁ ପକାଇ ଫ୍ଲସ୍ କରିଦେଇଥିଲେ ।

ଯୁବତୀ ଜଣକ ଟଏଲେଟ୍ ଯିବା ପରେ ଅନ୍ୟ ଜଣେ ସେଠାକୁ ଯାଇଥିଲେ ସେଠାରେ ଭ୍ରୁଣକୁ ଦେଖି ହସ୍ପିଟାଲ ଷ୍ଟାଫ୍ ଙ୍କୁ ଖବର ଦିଆଯାଇଥିଲା । ପୋଲିସ୍ କୁ ଏହି ମାମଲାରେ ଖବର ଦିଆଯାଇଥିଲା । ପୋଲିସ୍ ପହଞ୍ଚିବା ପରେ ଜଣାପଡ଼ିଥିଲା ଯେ, ଯୁବତୀ ହିଁ ନବଜାତ କୁ ଟଏଲେଟ୍ ରେ ଫ୍ଲସ୍ କରିଛି । ଯୁବତୀଙ୍କୁ ପୋଲିସ୍ ପଚରାଉଚରା କରିବା ପରେ ସେ ମାନିଥିଲେ ଯେ, ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସହିତ ତାଙ୍କର ସମ୍ବନ୍ଧ ଥିଲା । କିନ୍ତୁ ପୀଡ଼ିତାଙ୍କ ମାଆଭ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଥିଲା । ତେବେ ପୀଡ଼ିତା ଜଣକ ନିଜର ସମ୍ବନ୍ଧ ଓ ଗର୍ଭବତୀ ଥିବା କଥା ଘରେ କାହାକୁ ବି ଜଣାଇନଥିଲେ । ସେ ୬ ମାସ ହେଲା ପ୍ରେଗନେଟ୍ ଥିଲେ ।

Get real time updates directly on you device, subscribe now.