fbpx

ବିଧବା ବୋହୁକୁ ପାଠ ପଢ଼ାଇଲେ ଶାଶୁ, ଲେକଚର ହେବା ପରେ କଲେ କନ୍ୟାଦାନ

ବୋହୂକୁ ବାହା ଦେଲେ ଶାଶୁ । ସ୍ୱାମୀର ଅକାଳ ବିୟୋଗ ପରେ ବୋହୂକୁ ନିଜ ଝିଅ ଭଳି ବିବାହ କରାଇଲେ ଶାଶୁ । ଆଉ ସମାଜ ପାଇଁ ପାଲଟିଲେ ଉଦାହରଣ । ସ୍ୱାମୀର ମୃତ୍ୟୁ ପରେ ବୋହୂକୁ ହତାଦର ନକରି ଝିଅ ଭଳି ଦେଲେ ସ୍ନେହ । ଖାଲି ସେତିକି ନୁହେଁ ବୋହୂଙ୍କୁ ପାଠ ପଢ଼ାଇଲେ ଆଉ ଲେକଚର ମଧ୍ୟ ବନାଇଲେ । ଆଉ ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ରାଜସ୍ଥାନ ସିକର ଜିଲ୍ଲାର ଜଣେ ଜଣେ ସରକାରୀ ଶିକ୍ଷୟିତ୍ରୀ ଏମିତି କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ବନିଛନ୍ତି । ସୂଚନାଅନୁଯାୟୀ, ରାମଗଢ଼ ଶେଖାୱାଟୀ ର ଢାଁଢଣ ଗ୍ରାମର ଜଣେ ସରକାରୀ ଅଧ୍ୟାପିକା କମଳା ଦେବୀ ନିଜର ସାନ ପୁଅ ଶୁଭମର ବିବାହ ସୁନୀତାଙ୍କ ସହ କରାଇଥିଲେ । ପୂର୍ବରୁ ଉଭୟ ପରସ୍ପରକୁ ଏକ କାର୍ଯ୍ୟକ୍ରମରେ ଦେଖା ହୋଇଥିଲେ । ଏହାପରେ ଶୁଭମ ସୁନୀତାଙ୍କ ସହ ବିବାହ ପାଇଁ ଘରେ କହିଥିଲେ ଏବଂ ଶୁଭମଙ୍କ ପରିବାର ଲୋକ ସୁନୀତାଙ୍କ ପରିବାର ବର୍ଗଙ୍କ ସହ କଥା ହୋଇଥିଲେ ଏବଂ ଉଭୟଙ୍କ ବିବାହ ସ୍ଥିର ହୋଇଥିଲା । ଉଭୟ ୨୫ ମେ ୨୦୧୬ ରେ ବିବାହ କରିଥିଲେ । ବିବାହ ସମୟରେ ସୁନୀତାଙ୍କ ପରିବାର ଆର୍ଥିକ ସ୍ଥିତି ଭଲ ନଥିଲା । ଏହା ଛଡ଼ା କମଳା ଦେବୀ ମଧ୍ୟ ବିନା ଯୌତୁକରେ ବିବାହ କରାଇଥିଲେ, ଏହାକୁ ନେଇ ମଧ୍ୟ ସେ ଉଦାହରଣ ସୃଷ୍ଟି କରିଥିଲେ ।

ବିବାହ ପରେ ଶୁଭମ ଏମବିବିଏସ ପଢ଼ିବା ପାଇଁ କିର୍ଗିସ୍ଥାନ ଯାଇଥିଲେ, ଯେଉଁଠାରେ ନଭେମ୍ବର ୨୦୧୬ ରେ ତାଙ୍କର ବ୍ରେନ୍ ଷ୍ଟ୍ରୋକରେ ମୃତ୍ୟୁ ହୋଇଥିଲା । ତେବେ ଏହା ପରେ ସୁନୀତାଙ୍କ ଶାଶୁ ତାଙ୍କ ହାତ ଛାଡ଼ିନଥିଲେ ଶାଶୁ ହେବାର କର୍ତ୍ତବ୍ୟ ନିଭାଇଥିଲେ ସେ । ଏମିତିକି ସୁନୀତାଙ୍କୁ ନିଜ ଝିଅ ଭଳି ସ୍ନେହ ଦେଇଥିଲେ, ତାଙ୍କୁ ପାଠ ପଢ଼ାଇଥିଲେ ଆଉ ଲେକଚର ମଧ୍ୟ ବନାଇଛନ୍ତି କମଳା ଦେବୀ । ଆଉ ଏବେ ତାଙ୍କର ଦ୍ୱିତୀୟ ବିବାହ ସମ୍ପନ୍ନ କରିଛନ୍ତି ନିଜେ କମଳା ଦେବୀ । ଯାହ ଏବେ ଏକ ଉଦାହରଣ ସହ ପାଲଟିଛି ଚର୍ଚ୍ଚାର ବିଷୟ ।

Get real time updates directly on you device, subscribe now.