fbpx

ଜାଲ୍ ସାର୍ଟିଫିକେଟ୍ ଯାଞ୍ଚ କରିବେ ସିଡିଏମଓ: ଜଣାପଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ

ଭଦ୍ରକ କଲେଜରେ ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ ଦେଖାଇ ଆଡମିଶନ କରିବା ଘଟଣା । ସବୁ ଭିନ୍ନକ୍ଷମ ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଉଚ୍ଚଶିକ୍ଷା ସଚିବ । ସବୁ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ଏନେଇ ଚିଠି ଲେଖି ନିର୍ଦ୍ଦେଶ ଦେଲେ ଉଚ୍ଚଶିକ୍ଷା ସଚିବ ।

ଏହାସହ ଜିଲ୍ଲାର ସିଡିଏମଓଙ୍କ ଦ୍ୱାରା ସବୁ ଭିନ୍ନକ୍ଷମ ସାର୍ଟିଫିକେଟ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ଯାଞ୍ଚରେ ଯଦି କେହି ଫେକ୍ ଜଣାପଡ଼ିଲା, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ, କେବଳ ସେତିକି ନୁହେଁ ଜାଲ୍ ସାର୍ଟିଫିକେଟ ଦେଇଥିବା ପିଲାଙ୍କର ଆଡମିଶନ ମଧ୍ୟ ରଦ୍ଧ କରାଯିବ ।

ଆଡମିଶନ ରଦ୍ଦ ସହ ସ୍ଥାନୀୟ ଥାନାରେ ଏତଲା କରିବାକୁ ବି ନିର୍ଦ୍ଦେଶ । ସବୁ ସରକାରୀ ଓ ବେସରକାରୀ କଲେଜକୁ ଚିଠି ଲେଖିଲେ ବିଭାଗୀୟ ସଚିବ ।

 

Get real time updates directly on you device, subscribe now.