fbpx

ବିଗ୍ ବସ୍-୧୫: ପ୍ରତିଯୋଗୀଙ୍କୁ କାମୁଡି ପକେଇଲେ ଟିଭିର ସଂସ୍କାରୀ ବୋହୂ, ତାପରେ ହେଲା ଏମିତି (ଭିଡିଓ)

ନୂଆଦିଲ୍ଳୀ: ବିଗ ବସ୍ ୧୫ରେ ପୁଣି ଥରେ ଚର୍ଚ୍ଚାରେ ଟିଭି ପରଦାର ସଂସ୍କାରୀ ବୋହୂ ଦେବୋଲିନା ଭଟ୍ଟାଚାର୍ଯ୍ୟ । ପ୍ରତିଯୋଗୀଙ୍କ ମଧ୍ୟରେ ସର୍ବଦା ଝଗଡା ଏବଂ ବାକଚିତ ଲାଗି ରହୁଥିବା ବେଳେ ଜଣେ ସାଥୀ ପ୍ରତିଯୋଗୀଙ୍କୁ କାମୁଡି ଦେଇଛନ୍ତି ଦେବୋଲିନା । ଏକ ଟାସ୍କ ସମୟରେ ଅଭିଜିତ ବିଚୁକଲେଙ୍କ ହାତକୁ କାମୁଡି ଦେଇଥିଲେ ଦେବୋଲିନା । ଏଥିରେ ଉତକ୍ଷିପ୍ତ ଅଭିଜିତ୍ ପଥର ଉଠେଇ ଦେବୋଲିନାଙ୍କୁ ଆକ୍ରମଣ କରିବାକୁ ଗୋଡାଇଥିଲେ ।

କଲର୍ସ ଟିଭିର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓଟି ଶେୟାର କରାଯାଇଥିଲା । ଏହି ଭିଡିଓରେ ଏକ ନନ୍ ଭିଆଇପି ଟାସ୍କ ସମୟରେ ଦେବୋଲିନା ଏବଂ ଅଭିଜିତଙ୍କ ମଧ୍ୟରେ କଡା ପ୍ରତିଦ୍ୱନ୍ଦିତା ହୋଇଥିଲା । ଏହା ପରେ ଅଭିଜିତ କ୍ୟାମେରା ସାମ୍ନାରେ ହାତ ଦେଖାଇବା ସହିତ ଦେବୋଲିନା ତାଙ୍କୁ କାମୁଡିଥିବା ନେଇ ଅଭିଯୋଗ ଆଣିଥିଲେ । ଦେବୋଲିନାଙ୍କୁ ଘରୁ ବାହାର କରିବା ପାଇଁ ଦାବି କରିବା ସହିତ ଏକ ପଥର ଧରି ଆକ୍ରମଣ କରିବାକୁ ଗୋଡାଇଥିଲେ । ପାଖରେ ଥିବା ପ୍ରତିଯୋଗୀ ରଶ୍ମୀ ଦେଶାଇ ଏବଂ ଅନ୍ୟ ମାନେ ତାଙ୍କୁ ଅଟକାଇଥିଲେ ।

 

View this post on Instagram

 

A post shared by ColorsTV (@colorstv)

Get real time updates directly on you device, subscribe now.