fbpx

(Video) ମା’ ପଣିଆର ଶ୍ରେଷ୍ଠ ଉଦାହରଣ; ଛୁଆର ଜୀବନ ପାଇଁ ବାଘ ସହ ଲଢ଼େଇ କଲା ମା’ ହରିଣ

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ସହ ଜଡିତ ଅନେକ ଭିଡିଓକୁ ଲେକମାନେ ଖୁବ ପସନ୍ଦ କରିଥାନ୍ତି । ପୋଷ୍ଟ ହେବା ମାତ୍ରେ ଭାଇରାଲ ହୋଇଯାଏ । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏଭଳି ଏକ ହୃଦୟସ୍ପର୍ଶୀ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହା ଏତେ ଭଲ ଲାଗୁଛି ଯେ ଅନେକ ଲୋକ ନିଜ ମା’ଙ୍କୁ ମନେ ପକାଉଛନ୍ତି । ଏହି କାରଣରୁ ଅନେକ ଲୋକ ଏହି ଭିଡିଓକୁ ହ୍ୱାଟସଆପ ଷ୍ଟାଟସରେ ମଧ୍ୟ ପୋଷ୍ଟ କରୁଛନ୍ତି ।

ଟ୍ୱିଟରରେ @AMAZlNGNATURE ନାମକ ଆକାଉଣ୍ଟରୁ ଏହି ଭିଡିଓକୁ ସେୟାର କରାଯାଇଛି । ମା’ ସବୁ ରଙ୍ଗ ଓ ଜାତିରେ ସମାନ । ଏହାପରେ ପ୍ରତ୍ୟେକ ମା’ଙ୍କ ଭଳି ମାଆ କରିଣଟି ମଧ୍ୟ ନିଜ ମମତାର ପ୍ରମାଣ ଦେଖାଛି । ଗୋଟେପଟେ ନିଜ ଛୁଆର ଜୀବନ ଅନ୍ୟପଟେ ତା ନିଜ ଜୀବନ । ପ୍ରତମେତ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଉଥିଲା ହେଲେ ଯେତେବେଳେ ଛୁଆକୁ ବିପଦରେ ଦେଖିଲା ସେତେବେଳେ ଜୀବନକୁ ବାଜି ଲଗେଇ ବାଘ ସାଙ୍ଗରେ ଲଢେଇ କଲା ମାଆ ହରିଣ । ସେ ତାର ମାତୃ ପଣିଆ ଆଗରେ ସ୍ୱାର୍ଥ ଦେଖିନି।

ଯାହା ଗୋଟେ ନିସ୍ୱାର୍ଥ ମାଆର କର୍ତ୍ତବ୍ୟ ସେୟା ହିଁ କରି ଦେଖାଇଲା ମାଆ ହରିଣ । ଲୋକମାନେ ଏହି ମା’ ହରିଣକୁ ବହୁତ ଭଲ ପାଉଛନ୍ତି। ଏହି ଭିଡିଓକୁ ଅନେକ ଟ୍ୱିଟର ୟୁଜର ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓକୁ ନେଇ ବହୁତ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ମା-ମମତାର ଏହି ଜ୍ୱଳନ୍ତ ଉଦାହରଣକୁ ଆଖିରେ ଦେଖି, ନିଜ ମାଆ ଓ ମାଆର ଭଲ ପାଇବାକୁ ମନେ ପକାଇଛନ୍ତି।

Get real time updates directly on you device, subscribe now.