fbpx

‘ପୃଥିବୀ ଧ୍ୱଂସ ହେବାକୁ ଯାଉଛି, ଏଣୁ ମୁଁ ମୋ ପିଲାଙ୍କୁ ସୁରକ୍ଷିତ ସ୍ୱର୍ଗକୁ ପଠାଇ ଦେଇଛି’ ଅଦାଲତରେ ଏପରି କିଛି ବୟାନ ରଖିଛି ହତ୍ୟାକାରୀ ମା’

Advertisement

ନୂଆଦିଲ୍ଲୀ: କୁହାଯାଏ ଦୁନିଆରେ ପିଲାଙ୍କ ଲାଗି ସବୁଠାରୁ ସୁରକ୍ଷିତ ସ୍ଥାନ ହେଉଛି ମା’ର କୋଳ । କିନ୍ତୁ ସେହି ମା’ ଯଦି ପିଶାଚୀ ପାଲଟିଯାଏ ତେବେ କ’ଣ ହେବ । ଜଣେ ମହିଳା ନିଜର ୨ ପିଲାଙ୍କୁ ହତ୍ୟା କରିଥିବାର ଏକ ଚାଞ୍ଚଲ୍ୟକର ଖବର ଏବେ ସାମ୍ନାକୁ ଆସିଛି । ଅଦାଲତ ଏପରି କ୍ରୁର ଅପରାଧ ଲାଗି ମହିଳାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ମାମଲା ଆମେରିକାର ଇଡାହୋ ସହରର । ତେବେ ଦଲିଲରେ ନିଜ ସପକ୍ଷରେ ଯାହା ବୟାନ ରଖିଛନ୍ତି ତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ମହିଳା କହିଛନ୍ତି ଏ ପୃଥିବୀ ଧ୍ୱଂସ ହେବାକୁ ଯାଉଛି ତେଣୁ ସେ ନିଜ ସନ୍ତାନକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି । ତେଣୁ ସେ ସେମାନଙ୍କୁ ସ୍ୱର୍ଗକୁ ପଠାଇ ଦେଇଛନ୍ତି । ମୋର ସେମାନଙ୍କ ସହ ନିୟମିତ କଥାବାର୍ତ୍ତା ଚାଲିଛି । ସେ ଏହା ମଧ୍ୟ କହିଛନ୍ତି ପ୍ରଭୁ ଯୀଶୁ ତାଙ୍କୁ ଏପରି କରିବାକୁ ଆଦେଶ ଦେଇଛନ୍ତି ।

ମହିଳାଙ୍କ ନାମ ଲୋରୀ ଭେଲୋ ଡାଭେଲ । ଏହି ମହିଳା ନିଜର ୧୬ ବର୍ଷୀୟା କନ୍ୟା ଟାୟଲୀ ରୟାନ ଓ ୭ ବର୍ଷର ପୁଅ ଯୋଶୁଆ ଡାଭେଲଙ୍କୁ ହତ୍ୟା କରିଛନ୍ତି । ଏହା ବ୍ୟତିତ ମହିଳା ଜଣକ ତାଙ୍କ ପତିଙ୍କ ପୂର୍ବ ପତ୍ନୀଙ୍କୁ ହତ୍ୟା କରିବାର ଉଦ୍ୟମ ମଧ୍ୟ କରିଥିଲେ । ଏହି ଦୁଇ ମାମଲାରେ ଅଦାଲତରେ ମହିଳାଙ୍କ ବିଚାର ହୋଇ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

ତେବେ ଡାଭେଲ ଅଦାଲତରେ କେସ୍ ଚାଲିଥିବା ବେଳେ ଅଜବ ପ୍ରକାର କଥା କହିଛନ୍ତି । ସେ କହିଛନ୍ତି ସେ ପ୍ରଭୁ ଯୀଶୁଙ୍କ ଆଦେଶରେ ଏପରି କରିଛନ୍ତି । କାରଣ ପ୍ରଭୁ ତାଙ୍କୁ କହିଥିଲେ ଏ ପୃଥିବୀ ଧ୍ୱଂସ ପାଇବାକୁ ଯାଉଛି । ସେ ନିଜ ପିଲାଙ୍କୁ ବଞ୍ଚାଇବାକୁ ଚାହୁଁଥିଲେ । ତେଣୁ ସେ ନିଜ ପିଲାଙ୍କୁ ସ୍ୱର୍ଗ ପହଞ୍ଚାଇ ଦେଇଛନ୍ତି । ସେ ଆହୁରି କହିଛନ୍ତି ମୁଁ ମୋ ପିଲାଙ୍କ ସହ ଲଗାତର କଥାବାର୍ତ୍ତା କରୁଛି । ସେମାନେ ସେଠାରେ ସୁରକ୍ଷିତ ଅଛନ୍ତି । ସେ ଆହୁରି କହିଛନ୍ତି ତାଙ୍କ ପିଲା ଚଳମାନ ଶବ ପରି ବଞ୍ଚୁଥିଲେ । ତେଣୁ ବାଇବେଲ୍ ମୁତାବିକ ଓ ପ୍ରଭୁ ଯୀଶୁଙ୍କ ଆଦେଶ ଅନୁସାରେ ମୁଁ ସେମାନଙ୍କୁ ସ୍ୱର୍ଗ ପଠାଇ ଦେଇଛି । ତେବେ ମହିଳା ଜଣକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏପରି କରିଛନ୍ତି ବୋଲି କୁହାଯାଉଛି ।

Get real time updates directly on you device, subscribe now.