fbpx

ଏମିତି କେମିତି ହେଲା: ଛୁଆକୁ ଶୁଆଇବାକୁ ଯାଇ Microwave-Oven ଭିତରେ ରଖିଦେଲା ମା’, ଆଉ ତା’ପରେ..

ନୂଆଦିଲ୍ଲୀ: ଦେଶ ତଥା ବିଶ୍ୱରେ ବିଭିନ୍ନ ସମୟରେ ଏପରି ଘଟଣାମାନ ଘଟିଥାଏ ଯାହା ବହୁତ ଅଜବ ହେବା ସହ ଆଘାତଦାୟକ ବି ହୋଇଥାଏ । ଏପରି ଏକ ମାମଲା ଏବେ ଆମେରିକାର ମିଜୁରୀ ନାମକ ସହରରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ମା’ ନିଜ ଶିଶୁ ସନ୍ତାନକୁ ଲୋରୀ ଶୁଣାଇ କୋଳରେ ଶୁଆଇବା ପରିବର୍ତ୍ତେ ଭୁଲ୍‌ରେ ତାକୁ Microwave-Oven ରେ ରଖିଦେଇଥିଲା । ଏହି କାରଣରୁ ଶିଶୁଟିର ମୃତ୍ୟୁ ହୋଇଯାଇଛି । ଏହି ମହିଳାଙ୍କ ନାମ ହେଉଛି ମାରିୟା ଥୋମସ୍ ।

ଶୁକ୍ରବାର ଦ୍ୱିପ୍ରହର ସମୟରେ ପୋଲିସ ଘଟଣା ବିଷୟରେ ଖବର ପାଇ ମହିଳାଙ୍କ ଘରେ ପହଞ୍ଚିଥିଲା ଓ ତତ୍‌କ୍ଷଣାତ ଶିଶୁକୁ ମେଡିକାଲରେ ଭର୍ତ୍ତି କରିଥିଲା । ଶିଶୁର ଶରୀରରେ ପୋଡା ଚିହ୍ନ ଥିବା ବେଳେ ତାକୁ ଡାକ୍ତଙ୍କ ପକ୍ଷରୁ ମୃତ ଘୋଷଣା କରାଯାଇଥିଲା ।

ମାରିୟାଙ୍କ ଜଣେ ସଂପର୍କୀୟ କହିଛନ୍ତି ସେ ଶିଶୁକୁ ଶୁଆଇବା ପାଇଁ କୋଳରେ ଧରି ବୁଲାଇବା ପରିବର୍ତ୍ତେ ଭୁଲ୍‌ରେ ଏକ Microwave-Oven ରେ ରଖିଦେଇଥିଲେ । ତେବେ ଏ ପ୍ରକାର ଭୁଲ୍ ଜଣେ ମା’ କାହିଁକି କଲା ତାହା ଜଣାପଡିନାହିଁ । ଏହି ଘଟଣାରେ ଅଭିଯୋଗକାରୀ ପକ୍ଷର ଓକିିଲ କହିଛନ୍ତି କି ଏହା ଅତ୍ୟନ୍ତ ଅମାନବୀୟ ଘଟଣା ଓ ଏହି ଘଟଣାରେ ଆମେ ଏକ ମୂଲ୍ୟବାନ ଜୀବନକୁ ହରାଇ ଦେଇଛୁ । ଆମର ଭରସା ରହିଛି କି ନ୍ୟାୟ ବ୍ୟବସ୍ଥା ଏହି ଭୟାନକ ଘଟଣାକୁ ନେଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

Get real time updates directly on you device, subscribe now.