fbpx

(Video) ପୁଅକୁ ଝୁରିଝୁରି ଦୁନିଆ ଛାଡ଼ିଯିବା ପୂର୍ବରୁ ଶେଷଥର ପାଇଁ ଏମିତି କିଛି କହିଲେ ସହିଦ ସୁଶାନ୍ତଙ୍କ ମାଆ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାଡ଼ଖଣ୍ଡର ଚାଇବସାରେ ନକ୍ସଲଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ପୁଅ ସୁଶାନ୍ତ ଖୁଣ୍ଟିଆ ଚାଲିଯିବା ପରେ ତାଙ୍କର ପରିବାରକୁ ସତେ ଯେମିତି ଦୁଃଖର ସାଗର ମାଡ଼ିଆସିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳର ୪ ନମ୍ବର ୱାର୍ଡର ବାସିନ୍ଦା ସୁଶାନ୍ତଙ୍କ କାହାଣୀ ଶୁଣିବା ବେଳକୁ ମଣିଷ ତ ମଣିଷ ପଶୁର ହୃଦୟ ବି ଫାଟି ପଡ଼ିବ ।

୨୦୨୦ ମସିହା ଫେବୃଆରୀ ମାସ ୭ ତାରିଖରେ ସୁଶାନ୍ତଙ୍କର ପିତା ଆତୁଳ ଖୁଣ୍ଟିଆଙ୍କ ପରଲୋକ ଘଟିଥିଲା । ଏହାପରେ ୨୦୨୨ ମସିହାରେ ସୁଶାନ୍ତଙ୍କର ମଝିଆଁ ଭାଇ କ୍ୟାନସରରେ ପ୍ରାଣ ହରାଇଥିଲେ । ସେହିପରି ଜାମସେଦପୁରରେ ଚାକିରି କରୁଥିବା ସମୟରେ ଚଳିତ ବର୍ଷ ଜାନୁଆରୀ ମାସରେ ତାଙ୍କର ବଡ଼ ଭାଇ ମଧ୍ୟ ଆରପାରିକୁ ଚାଲିଯାଇଥିଲେ । ମାତ୍ର କିଛି ବର୍ଷ ମଧ୍ୟରେ ସୁଶାନ୍ତଙ୍କର ପରିବାର ପୁରୁଷଶୂନ୍ୟ ହୋଇଯାଇଥିଲା । ସେହିପରି ଗତ ଜୁନ୍ ମାସ ୨ ତାରିଖରେ ବିବାହ କରିଥିବା ସୁଶାନ୍ତଙ୍କୁ ହରାଇ ବାରମ୍ବାର ଅଚେତ୍ ହୋଇପଡ଼ିଥିଲେ ତାଙ୍କର ଧର୍ମପତ୍ନୀ ।

ଅନ୍ୟପକ୍ଷରେ ମେଡିକାଲର ବେଡରେ ଚିକିତ୍ସିତ ହେଉଥିବା ମାଆ ସୁଶାନ୍ତଙ୍କର ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନଥିଲେ । ସ୍ୱାମୀ, ଦୁଇ ଦୁଇଟା ପୁଅ ପରେ ଏବେ ସୁଶାନ୍ତଙ୍କ ମୃତ୍ୟୁ, କୋଉ ମାଆର ସହିପାରିବ ଏପରି ଦୁଃଖ । ପୁଅକୁ ଝୁରିଝୁରି ଶେଷରେ ମାଆ ମଧ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିଦେଇଥିଲେ । ପୁଅକୁ ଝୁରି ଝରି ମାଆର ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଏପରିକି ମରଣ ସହ ସଂଘର୍ଷ କରୁଥିବା ସମୟରେ ମଧ୍ୟ ମାଆ ସୁଶାନ୍ତଙ୍କୁ ବହୁତ ମନେପକାଉଥିଲେ । ତାଙ୍କର ହୃଦୟ ଭିତରୁ କେବଳ ସୁଶାନ୍ତ… ସୁଶାନ୍ତ… ଡାକ ଶୁଣିବାକୁ ମିଳିଥିଲା ।

Get real time updates directly on you device, subscribe now.